oom

ଡଭା ଗ୍ରାମରେ ଶିବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡ଼ଭା ଗ୍ରାମରେ ଶ୍ରୀ ଶ୍ରୀ ଶିବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହା ୨୨ ତାରିଖ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ବହୁ ଜନ ସମାଗମରେ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ବିରାଟ ପଟୁଆରରେ ମହିଳା ମାନେ କଳସ ଶୋଭାଯାତ୍ରାରେ ଜଳ ପୂର୍ଣ୍ଣ କଳସ ଵହନ କରି ସମଗ୍ର ଡଭା ଗ୍ରାମ ପରିକ୍ରମା କରିଥିଲେ । ବାଦ୍ୟ ନୃତ୍ୟ, ହରିବୋଲ, ହୁଳହୁଳି ଧ୍ୱନିରେ ସମଗ୍ର ଡଭା ଗ୍ରାମ ମୁଖରିତ ହେଉଥିଲା । ଜଳ ପୂର୍ଣ୍ଣ କଳସକୁ ପୂଜା ମଣ୍ଡପ ଓ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ଉଦଯା୍‌ପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇ ଥିବା ସ୍ଥଲେ ଵୋଡାସମ୍ବର ରାଜା ସୁରେନ୍ଦ୍ର ପ୍ରତାପ ସିଂ ଵରିହା ସପତ୍ନିକ ଯୋଗ ଦେଇ ଶିବ ମନ୍ଦିରର ମୁଖ୍ୟ କଳସ ଧ୍ୱଜା ସ୍ଥାପନ କରିଥିଲେ । ମୁଖ୍ୟ କର୍ତ୍ତା ଭାବରେ ଧର୍ମରାଜ ସାହୁ ଗୋପୀନାଥ ସାହୁ, ପ୍ରମୋଦ ସାହୁ, ଅକ୍ଷୟ ପ୍ରଧାନ, ରାମଲାଲ ପ୍ରଧାନ, ପ୍ରଦୀପ ଭୋଇ, ତରୁଣ ସାହୁ, ଗୋବିନ୍ଦ ସାହୁ, ସୁଧୀର ପ୍ରଧାନ ସପତ୍ନିଙ୍କ ସହ ସମସ୍ତେ ପୂଜା କାର୍ଯ୍ୟ ତୁଲାଇଥିଲେ । ମୁଖ୍ୟ ପୂଜକ ପଣ୍ଡିତ ବେଦବ୍ୟାସ ଦେବତା, ପଣ୍ଡିତ ଡୋଳାମଣି ହୋତା, ପୂଜାରୀ ଗଙ୍ଗାଧର ମହାପାତ୍ର ପ୍ରମୁଖ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ଶିବ ମନ୍ଦିର ପ୍ରତିଷ୍ଠା ମହୋସଵ ପରିଚାଳନା କମିଟିର ସଭାପତି ଦେବରାଜ ସାହୁ ସଂପାଦକ ଆଶାରାମ ବରିହା, ସଭ୍ୟ ମାନେ ହେଲେ ଶିବ ପ୍ରସାଦ ସାହୁ, ଦୁର୍ଯ୍ୟଧନ ସାହୁ, ସତ୍ୟଭୁସଣ. ସାହୁ, ଜଗମେକ୍ଷହନ ସାହୁ, ଜୟକୁମାର ସାହୁ, ଵସନ୍ତ ସାହୁ, ଦୀପକ କୁମାର ସାହୁ, ଵିଜୟ ଦଣ୍ଡସେନା, ନଵିନ ଦଣ୍ଡସେନା ପ୍ରମୁଖ ମନ୍ଦିର ପରିଚାଳନା ଦାୟୀତ୍ୱ ନିର୍ଵାହ କରିଥିଲେ । ପାଞ୍ଚ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଅପେରା, ଦଣ୍ତ ନୃତ୍ୟ, ଛତିଶଗଡି ନୃତ୍ୟ, ଜଳନ୍ଧର ଦରବାର, ସୋହଲ ପ୍ରହାରୀ ନାମଯଜ୍ଞ, ଭକ୍ତ ମାନଙ୍କ ମୋନୋରଞ୍ଜନ ପାଇଁ ମିନା ଵଜାର ମଜାନେଉଥିଲେ । ପ୍ରତେକ ଦିନ ଅନ୍ନଛତ୍ର ର ଵ୍ୟଵସ୍ଥା ଥିଲା, ଶିବ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହୋତ୍ସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଥିବାର ଦେଖିକୁ ମିଳିଥିଲା ।

jittmm
Leave A Reply

Your email address will not be published.