ବିନା ମୂଲ୍ୟରେ ୫୦ ହଜାର ଫଳବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡା ଜନମୁକ୍ତି ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ବସୁଦେବ ପଣ୍ଡା ଫାଉଣ୍ଡେସନ୍‌, ସଷ୍ଟେନେବଲ୍ ଇନିସିଏଟିଭ୍ ଓ ଜନମୁକ୍ତି ଅନୁଷ୍ଠାନ ସହାୟତାରେ ପରିଚାଳିତ ମେଗା ଫଳ ଚାରା ବଣ୍ଟନ ଅଭିଯାନକୁ ଶୁକ୍ରବାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ ଶୁଭାରମ୍ଭ କରିଛନ୍ତି । ଏଥିରେ ବ୍ଲକ ଏପିଓ ବସନ୍ତ ବଳିୟାର ସିଂହ ଓ ଏଏଚ୍‌ଓ ମନବୋଧ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଞ୍ଜୀବ କୁମାର ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମରୁ ଉତ୍ପାଦକ ଗୋଷ୍ଠୀର ସଦସ୍ୟା, ଶ୍ରମିକ ସଂଗଠନ ଓ ଗ୍ରାମ୍ୟ ଉନ୍ନୟନ କମିଟିର ସଭ୍ୟ/ସଭ୍ୟା ଛୋଟ ଓ ନାମ ମାତ୍ର ଚାଷୀ ୧୧୦ ଜଣ ଉପସ୍ଥିତ ରହି ଅତିଥିଙ୍କ ଦ୍ଵାରା ଚାରା ଗଛ ଗ୍ରହଣ କରିଥିଲେ । ଫଳ ଚାରାରୋପଣ ଦ୍ୱାରା ଚିର ମରୁଡିଗ୍ରସ୍ତ ଶୁଷ୍କାଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବା ସହିତ ରୋଜଗାର ଭିତ୍ତିରେ ଗରିବ ପରିବାରମାନଙ୍କର ଜୀବନ ଜୀବିକା ବିକାଶରେ ମଧ୍ୟ ସହାୟତା ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥଲେ । ସେହି ଉଦ୍ଦେଶ୍ୟରେ ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆମ୍ବ, ପଣସ, ପିଜୁଳି, ଡାଳିମ୍ବ ଓ ଆତ ବୃକ୍ଷ ଚାରା ୫୦ ହଜାର ସଂଖ୍ୟାରେ ମୁରିବାହାଲ, ତୁରେକେଲା ଓ ବେଲପଡ଼ା ବ୍ଲକ ଅଞ୍ଚଳ ପାଇଁ ବଣ୍ଟନ ଅଭିଯାନକୁ ଆଜିର ଦିବସରେ ଶୁଭାରମ୍ଭ କରାଯାଇଛି । ଏହି ଫଳଚାରା ବିନା ମୂଲ୍ୟରେ ଚାଷୀଙ୍କୁ ସହଯୋଗ କରାଯାଉଛି । ଆଗକୁ ମଧ୍ୟ ଯେତେ ଚାରା ବଣ୍ଟନ କରାଯିବ ତାହା ମଧ୍ୟ ଦେୟ ମୁକ୍ତ ରହିବ । ଏହି ଅବସରରେ ଅଧିକ ଉତ୍ପାଦନକ୍ଷମ ଦେଶୀ କଲମୀ ପନିପରିବା ଚାରା, ଘାସ ବଛା ଯନ୍ତ୍ର ସହିତ ଦେଶୀ ବିହନ ଛୋଟ ଓ ନାମମାତ୍ର ଚାଷୀ ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ଅଭିଯାନକୁ ସଫଳ କରିବାକୁ ଜନମୁକ୍ତି ଅନୁଷ୍ଠାନର କର୍ମୀ ଓ କର୍ମକର୍ତ୍ତା ଟେଭା ସଗ୍ରିଆ, ସୁବର୍ଣ୍ଣ ବାଗ, ପ୍ରଶାନ୍ତ ବାରିକ, ଲଳିତ ରଣା, ପ୍ରକାଶ କୁମାର ବନ୍ଦିଛୋର, ଲକ୍ଷ୍ମୀଧର ବାଗ, ବିକାଶ ଥପା, ଧର୍ମ ସାହୁ, ଆଶିଷ ସା, ଗଙ୍ଗା ହରପାଲ୍, ସୁଶିଲ କୁମାର ସାହୁ, ନବୀନ ସାହୁ, ଅଶୋକ ନେଓରା, ହରିଶ ଚନ୍ଦ୍ର ବଗର୍ତ୍ତୀ, ରଞ୍ଜିତା ହରପାଲ, ଜୁଗେଶ୍ୱର ବାଗ, ଜାନକୀ ଭୋଇ, ସଙ୍ଗୀତା ଗଡୁଆ, ଭାଗ୍ୟଧର ଚିନ୍ଦା ଓ ହୃଷୀକେଶ ଭୁଏ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.