ବରପାଲିପଡାରେ ୨୪ ପ୍ରହରୀ ନାମଯଜ୍ଞର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରପାଲିପଡା ଛକଠାରେ ୨୪ ପ୍ରହରୀ ନାମଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ପ୍ରହରୀ ମଣ୍ଡପରୁ ବରପାଲିପଡାର ଶତାଧିକ ମହିଳା, ପୁରୁଷ ଓ ଯୁବବର୍ଗ ବାହାରି ନୃସିଂହ ମନ୍ଦିରକୁ କଳସ ଯାତ୍ରା କରିଥିଲେ । ନାଚ, ଗୀତ, ବାଦ୍ୟ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୬ ତାରିଖ ତିନି ଦିନ ଧରି ଏହି ପ୍ରହରୀ ଅନୁଷ୍ଠିତ ହେବ ଓ ଏଥିରେ ୩୩ଟି କିର୍ତ୍ତନ୍ୟ ଦଳ ଭାଗ ନେଉଥିବା ସୂଚନା ଦିଆଯାଇଛି । ଏହି ଅବସରରେ ମହିଳା କିର୍ତ୍ତନ ଦଳ ଏବଂ ମୀନାବଜାର ମୁଖ୍ୟ ଆକର୍ଷଣ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ମୁଖ୍ୟ କର୍ତ୍ତା ଭାବେ କବିରାଜ ହୋତା ତଥା ମନପ୍ରସାଦ ମିଶ୍ର ଓ ଦେବରାଜ ପଟ୍ଟନାୟକ କାର୍ଯ୍ୟ ତୁଳାଇଛନ୍ତି । ବରପାଲିପଡା ପ୍ରହରୀ କମିଟି (ୱାର୍ଡ ନଂ.୬) ସଭାପତି ବିଘ୍ନରାଜ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦେବରାଜ ସ୍ୱାଇଁ, ପପୁ ସାହୁ, ଲିଙ୍ଗରାଜ ପଟ୍ଟନାୟକ, ରୁପେଶ ପ୍ରଧାନ, ବାହନ ପ୍ରଧାନ, ବନପ୍ରସାଦ ମିଶ୍ର, ବିକାଶ ମିଶ୍ର, ସନ୍ତୋଷ ଗୁରୁ ଓ କରାଟେ କୋଚ ଅସୀମ ଭୋଇ ସହଯୋଗ କରିଛନ୍ତି । ବିଗତ ୧୨ ବର୍ଷ ପରେ ବରପାଲିପଡାରେ ପ୍ରହରୀ ଅନୁଷ୍ଠିତ ହେଉଥିବାରୁ ସମସ୍ତଙ୍କ ମନରେ ଉତ୍ସକତା ଦେଖାଦେଇଛି ।

Leave A Reply

Your email address will not be published.