୮୪ଟି ୧୦୮ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରାଯିବା ପାଇଁ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮୪ଟି ନୂଆ ତଥା ଅତିରିକ୍ତ ୧୦୮ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି ।

ଏଜି ଛକସ୍ଥିତ ପରିବହନ ଭବନ ପରିସରରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରାଯାଇଥିବା ବେଳେ ୨୭ଟି ଜିଲା ପାଇଁ ଅତିରିକ୍ତ ୮୪ଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା କୁହାଯାଇଛି । ବାଲେଶ୍ୱର ଜିଲା ପାଇଁ ସର୍ବାଧିକ ୧୧ଟି ଉ‌ଦ୍ଦି‌ଷ୍ଟ ରହିଛି । ଏହି ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ ବର୍ଷ ପାଇଁ ୧୦୪ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ସୂଚନାରୁ ଜଣାପଡ଼ିଛି ।

Leave A Reply

Your email address will not be published.