ସୃଜନ ସାହିତ୍ୟ ସଂସ୍କୃତି ସଂସଦର ସ୍ଵତନ୍ତ୍ର ଆସର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ କବି ଡ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ଭାବେ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୋମନାଥ ସାହୁ, ଆଇନଜୀବୀ ଗୋକୁଳ ଚନ୍ଦ୍ର ପଣ୍ଡା, ବରିଷ୍ଠ କବୟିତ୍ରୀ ଶୈଳବାଳା ପାଣିଗ୍ରାହୀ, କବି ସନ୍ତୋଷ କୁମାର ଦାସ, ବଳରାମ ପଲେଇ, ବିନୋଦିନୀ ନାୟକ, ଟି. ରାମାନୁଜ ଦାସ, ନରେନ୍ଦ୍ର ପଣ୍ଡା, ବିଜୟ ରାଉଳ, ଯତିରାଜ ନାୟକ ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ । ଭକ୍ତି ସଙ୍ଗୀତର ମହନୀୟତା ବିଷୟରେ ଆଲୋକପାତ କରି ଆଜିର ଏହି ଉଗ୍ର ଆଧୂନିକତାରେ ଭକ୍ତି ସଙ୍ଗୀତ ମନକୁ ଆନନ୍ଦ ଦେବାସହ ଭକ୍ତି-ରସରେ ବାନ୍ଧି ରଖିଥାଏ ବୋଲି ନିଜ ଅଭିଭାଷଣରେ ସଭାପତି ଓ ସମ୍ପାଦକ ମତବ୍ୟକ୍ତ କରିଥିଲେ । କବୟିତ୍ରୀ ବିନୋଦିନୀ ନାୟକ କବିତା ସଂଯୋଜନା କରିଥିଲେ । ଶେଷରେ କବି ଯତିରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.