ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ ତଥା ଐତିହାସିକ ଯୁକ୍ତ ୩ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୬୦ ଗୋଟି ମହାବିଦ୍ୟାଳୟ ଗୁଡ଼ିକର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ମଧ୍ୟରେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍ସିର ଛାତ୍ରୀ ଶ୍ରେୟା କେଶୱାନୀ ସର୍ବୋଚ୍ଚ ନମ୍ବର ରଖିଥିବା ଜଣାପଡ଼ିଛି । ଶ୍ରେୟା ୯.୫୬ ସିଜିପିଏ ମାର୍କ ରଖି ଯୁକ୍ତ ୩ ପରୀକ୍ଷାରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଏହା ବ୍ୟତୀତ ଏହି +୩ ବାଣିଜ୍ୟ ଫଳାଫଳରେ ସିଏନ୍ଏସି. ମହାବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ଟପ୍ ଟେନ୍ ତାଲିକାରେ ରହିଥିବା ସୂଚନା ମିଳିଛି ।