jayashree

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖିଥିବା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ପ୍ରାୟୋଜିତ ଶ୍ରେଷ୍ଠ ଓଡ଼ିଆଣୀର ଅଡିସନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଗରିମାର ସଭାପତି ମମତା ନାୟକ ଓ କାର୍ଯ୍ୟକ୍ରମର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଅଡିସନରେ ବିଚାରକ ଭାବେ ସିନେ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା ଓରଫ ପିଣ୍ଟୁ ନନା, ଡ଼ଃ କଲ୍ୟାଣୀ ମିଶ୍ର, ଡ଼ଃ ମୀନତି ପଣ୍ଡା, ଡ଼ଃ ରୀନା ମହାନ୍ତି, କେତକୀ ଭଟ୍ଟାଚାର୍ଯ୍ୟ, ମୀନତି ମାଝୀ, ସୌଦାମିନୀ ସିଂ, ଦୀପିକା ମହାନ୍ତି ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ସିଆରପିଏଫର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ, ମଥୁରା ତନ୍ତୀ, ସୁନିଲ କାୟଲ, ଅମିତ ଅଗ୍ରୱାଲ, ନରେଶ ଆର୍ଯ୍ୟ, ସୁଶାନ୍ତ ବଳ, ସନ୍ତୋଷ ଅଗ୍ରୱାଲ, ଡ଼ଃ ପଦ୍ମିନୀ ପାଣିଗ୍ରାହୀ, ଜିତେନ୍ଦ୍ର ବସ୍ତିଆ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଅଡିସନରେ ବୁଦ୍ଧିମତ୍ତା, ପ୍ରଶ୍ନୋତ୍ତରୀ, ପୂଜା ପର୍ବ ସମ୍ପର୍କରେ ଓ ପୂଜା ପଦ୍ଧତି ପ୍ରଦର୍ଶନ, ରଙ୍ଗୋଲୀ, ଓଡ଼ିଆ ଖାଦ୍ୟ, ତୁଳସୀ ଓ ଫୁଲ ମାଳ ତିଆରି ତଥା ଓଡ଼ିଆଣୀ ବେଶ ପୋଷାକ ନେଇ ପରୀକ୍ଷା କରାଯାଇଥିଲା । ଏଥିରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଆସନ୍ତା ୧୮ତାରିଖରେ ଗ୍ରାଣ୍ଡ ଫିନାଲେ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହେବ । ଏଥିରେ ସିନେ ଅଭିନେତ୍ରୀ ନମ୍ରତା ଦାସ ( ଡଲି ଅପା) ଯୋଗଦେଇ ଅଡିସନରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ । ଏହାସହ ଓଡ଼ିଆ ସଂସ୍କୃତି ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଡ଼ଃ ସରିତା ମଲ୍ଲ, ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ରେବତୀ ବାରିକ, ମୋନାଲିସା ସାହୁ, ଶର୍ମିଲା ରାଜଗୁରୁ, ଶଙ୍ଖରିନା ପ୍ରଧାନ, ସବିତା ମହାପାତ୍ର, ମୀନତି ମୋଦି, ସସ୍ମିତା ମିଶ୍ର, ଦେବସ୍ମିତା ଶତପଥୀ, ମୋନାଲିସା ଗୌଡ଼, ଲୀନା ତ୍ରିପାଠୀ, ମୀନାକ୍ଷୀ ପାଢ଼ୀ, ସୁନିତା ଶ୍ରୀନିବାସନ, ରଶ୍ମିତା ଚୌଧୁରୀ, ତପସ୍ୱିନୀ ପାତ୍ର, ଶୁଭଲକ୍ଷ୍ମୀ ପାତ୍ର, ରଶ୍ମି ନାୟକ, ମମତା ଦାସ, ମୌସୁମୀ ଆଚାର୍ଯ୍ୟ, ସନ୍ତୋଷୀ ମଲ୍ଲିକ, ସୁମିତ୍ରା ଦାସ, ସସ୍ମିତା ପ୍ରଧାନ, ଉପଦେଷ୍ଟା ଶଙ୍କର ଜେନା ଓ ରଶ୍ମିତା ସାହାଣୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.