oom

ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପାଇଁ ବିଭିନ୍ନ ସ୍ଥାନରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଶୁଭାରମ୍ଭ

jsmm

କଟକ, (ଚକ୍ରବର୍ତ୍ତୀ ଓତା) : ବହୁ ପ୍ରତୀକ୍ଷିତ ଅଯୋଧ୍ୟାରେ ମର୍ୟ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ସମଗ୍ର ଭାରତବର୍ଷରେ ନିଧି ସଂଗ୍ରହ ଓ ସମ୍ପର୍କ ମହାଅଭିଯାନ ଶୁଭାରମ୍ଭ ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ କିଶନନଗରରୁ ଶ୍ରୀ ରଥ ପୁଜାର୍ଚନାର ବିଧିବ୍ୟବସ୍ଥା ପରେ ଏହି ଦିବ୍ୟରଥ ନିଶ୍ଚିତ କୋଲଲି ବ୍ଲକ ଇଶାଣୀବ୍ରହ୍ମପୁର, ଶିର୍ଲୋ, ମାଣପୁର ଗ୍ରାମ ପରିକ୍ରମା କରିଥିଲା, ଏଥିସହ ଆଗାମୀ ଦିନରେ ଉଭୟ ବ୍ଳକର ବିଭିନ୍ନ ସ୍ଥାନ ପରିକ୍ରମା କରିବାର ବ୍ୟବସ୍ଥା ରହିଛି । ଏହି ମହତ ଧାର୍ମିକ କାର୍ୟ୍ୟରେ କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ଏବଂ ଅନେକ ସ୍ୱେଚ୍ଛାସେବୀ ସଂଗଠନ ସ୍ଥାନୀୟ ଶ୍ରଦ୍ଧାଳୁ ଯଥା ପୁର୍ବତନ ସରପଂଚ ଇଶାଣିବ୍ରହ୍ମପୁର ଅଭିମନ୍ୟୁ ସାହୁ, ଅମିୟ ବେହେରା, ମନୋରଞ୍ଜନ କର, କଟକ ଜିଲ୍ଲା ବଜରଙ୍ଗ ଦଳର ମିଳନ କେନ୍ଦ୍ର ପ୍ରମୁଖ କବିଭୁଷଣ ଆଚାର୍ୟ୍ୟ, କଟକ ସଦର ବଜରଙ୍ଗ ଦଳର ସଂଯୋଜକ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ସହ ସଂଯୋଜକ ହେମନ୍ତ କୁମାର ବେହେରା, ରାକେଶ ସେଠି, ରାକେଶ ନାୟକ, ଚନ୍ଦନ ବେହେରା, କିଶୋର ଭୋଇ, ସରୋଜ ମିଶ୍ର, ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବାସହ ନିଧି ସଂଗ୍ରହ କରିଥିଲେ । ମନ୍ଦିର ନିର୍ମାଣ ଅଭିଯାନ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହୋଇଥିଲା ।

jittmm
Leave A Reply

Your email address will not be published.