ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହିଦ ଦିବସ ଉପଲକ୍ଷେ ଟିଟଲାଗଡ ବ୍ଲକ ନାରେନ ପଞ୍ଚାୟତ ଠାରେ ଦୁଇ ଦିନିଆ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ନାରେନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରୁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମବାୟ ସମିତି ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମେରା ଯୁବା ଭାରତ ବଲାଙ୍ଗିର, ଭାରତ ସରକାରଙ୍କ ଯୁବା ଓ ଖେଳ ମନ୍ତ୍ରଣାଳୟ ଦ୍ୱାରା ଆୟୋଜନ କରାଯାଇଥିଲା । ମା’ ବୀଣାପାଣି ପାଠାଗାରର ସଦସ୍ୟମାନେ ସହଯୋଗ କରିଥିଲେ । ପରେ ପରେ ସହିଦ ଦିବସ ଉପଲକ୍ଷେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତ ହାଇସ୍କୁଲ ନାରେନର ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠି, ମା’ ବୀଣାପାଣି ପାଠାଗାର ନାରେନର ସଭ୍ୟସଭ୍ୟାବୃନ୍ଦ ଯୋଗ ଦେଇଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାରେନ ପଂଚାୟତ ହାଇସ୍କୁଲ ଶିକ୍ଷକ ବ୍ରହ୍ମାନନ୍ଦ ପୋହାଣ, , ପୂର୍ବତନ ପ୍ରଧାନ ଶିକ୍ଷକ କର୍ଣ୍ଣ ଭୋଇ ସମ୍ମାନିତ ଅତିଥି, ପୂର୍ବତନ ସମିତି ସଭ୍ୟ ଟଙ୍କଧର ବଗର୍ତ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ପାଠାଗାର ସଂପାଦକ ଅଶୋକ କୁମାର ସାହୁ ପରିଚାଳନା କରିଥିଲେ । ପାଠାଗାରର ଉପସଭାପତି ତେନଜିଂ ରଣା, ସଭ୍ୟ ପ୍ରସନ୍ନ ରଣା, ରସିକ ଜାନି, ଗରୁଡଧ୍ୱଜ ସାହୁ, ଲିଙ୍ଗରାଜ ବାଣୁଆ, ଅଶୋକ ରଣା ସହେଯାଗ କରିଥିଲେ । ଶେଷରେ ସଭାପତି ମନୋରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।