ଯୁବ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ଅକାଳ ବିୟୋଗରେ ପୂର୍ବତନ ସୈନିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଟିଭିର କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି । ଏନେଇ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଦିବଂଗତ ଅରିନ୍ଦମ୍‌ ଦାସଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସଂଗେ ସଂଗେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ତାଙ୍କର ସାହାସକୁ ପ୍ରଶଂସା କରିବା ସଂଗେ ସଂଗେ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । ଏହି ସଭାରେ ସଂଘର ସଦସ୍ୟ ଘାସିରାମ ବେହେରା, କୃଷ୍ଣଚନ୍ଦ୍ର ପରମଗୁରୁ, ଶଙ୍କର ଜୁଏଡ, ରାଜେନ୍ଦ୍ର ସବର, ସୁନୀଲ ମାଝୀ, ପ୍ରମେଦ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.