ବଜରଙ୍ଗ ଦଳ ପକ୍ଷରୁ କଚେରୀ ଛକଠାରେ ହର୍ଷଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦-୦୨-୨୦୨୨ ତାରିଖ ରବିବାର ଦିନ ରାତି ୯ଟାରେ କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କୁ ପଛପଟୁ ଛୁରୀ ମାରି ମୁସଲିମ ଗୋଷ୍ଠୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଘଟଣାର ପ୍ରତିବାଦରେ ଗତକାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ ସ୍ଥାନୀୟ କଚେରୀ ଛକଠାରେ ବଜରଙ୍ଗ ଦଳ ବଲାଙ୍ଗିର ତରଫରୁ ଏକ ପ୍ରତିବାଦ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ହତ୍ୟାକାରୀମାନଙ୍କୁ ଫାଶି ଦେବା ପାଇଁ ଦାବୀ କରାଯାଇଥିଲା । ଏହା ସହିତ ଏହି ପୁଣ୍ୟ ଆତ୍ମାଙ୍କ ସଦ୍‌ଗତି କାମନା କରି ଦୀପ ଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ସୌମ୍ୟରଞ୍ଜନ ମିଶ୍ର ପରିଚାଳନା କରିଥିଲେ ଏବଂ ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର, ଜିଲ୍ଲା ସମ୍ପାଦକ ପ୍ରହଲ୍ଲାଦ ସାହୁ, ବିଭାଗ ସମ୍ପାଦକ ପବିତ୍ର କୁମାର ଦାସ, ଜିଲ୍ଲା ସହ ସମ୍ପାଦକ କାହ୍ନା ଶତପଥୀ, କୋଷାଧ୍ୟକ୍ଷ ପ୍ରଦୀପ ସାହୁ, ନଗର ସମ୍ପାଦକ ଜୟନ୍ତ ଯୋଶୀ, ନଗର ଉପ ସଭାପତି ଅନୁସୂୟା ବେଜ୍, ମାତୃଶକ୍ତି ଜିଲ୍ଲା ପ୍ରମୁଖ ଶ୍ରୀପ୍ରଦା ଷଡଙ୍ଗୀ, ସୁଧା ରାଣୀ ସ୍ଵାଇଁ, ରଞ୍ଜିତା ପାଣିଗ୍ରାହୀ ତଥା ବଜରଙ୍ଗ ଦଳର ବବୁଲ ପଣ୍ଡା, ସୌମ୍ୟରଞ୍ଜନ ସାହୁ, ଆଲୋକ ବେହେରା, ଅବନୀକାନ୍ତ ନନ୍ଦ, ଛୋଟୁ ପୋଢ଼, ଅଭିଷେକ ନାଥ, ଦେବାଶିଷ ପ୍ରଧାନ, ସୁଧାଂଶୁ ପଧାନ ଏବଂ ବିଶ୍ଵହିନ୍ଦୁ ପରିଷଦ ପ୍ରାନ୍ତ ସହ ସଂଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି, ସୁଦର୍ଶନ ଦାସ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ପ୍ରଚାରକ ପ୍ରଣବ ନାୟକ ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.