ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସୋହେଲା, (କେପିଏନ୍‌ଏସ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସୋହେଲା ଗାନ୍ଧୀ ଛକ ସ୍ଥିତ ସତ୍ୟାଗ୍ରହୀ ସ୍ମାରକୀ ସ୍ମୃତିପୀଠରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ୧୦ ଜଣ ଅନୁଗାମୀଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପୂଜାର୍ଚ୍ଚନା ସହ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସେ ସ୍ମୃତି ପୀଠରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋହେଲା ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମର ତଥା ଗାନ୍ଧୀ ସ୍ମାରକ ନିଧି ସଦସ୍ୟ ଉପେନ୍ଦ୍ର ମହାପାତ୍ର, ଟେକଚାନ୍ଦ ଦୁଆନ, ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ଟଙ୍କଧର ଝାଙ୍କର, ଲଳିତ କୁମାର ଅଗ୍ରୱାଲ, ପୂର୍ବତନ ସରପଞ୍ଚ ରମାକାନ୍ତ ସାହୁ, ସଞ୍ଜୀବ ଝାଙ୍କର, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.