ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ସନ୍ତୋଷ ରାଉତରାୟଙ୍କୁ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୬ ତାରିଖରେ ବଲାଙ୍ଗିର ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ସନ୍ତୋଷ ରାଉତରାୟଙ୍କ ଦେହାନ୍ତ ହୋଇଥିଲା । ଆଜି ତାଙ୍କ ଦ୍ୱାଦଶାହରେ ବଲାଙ୍ଗିର ବିଜେଡି ପକ୍ଷରୁ ତାଙ୍କ ସ୍ଥାନୀୟ ଶୈଳେଶ୍ରୀ ପେଲେସରେ ସ୍ୱର୍ଗତ ରାଉତରାୟଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ ବିଜେଡି ବଲାଙ୍ଗିରର ନେତୃବୃନ୍ଦ । ଏହି ସଭାରେ ବରିଷ୍ଠ ନେତା ଓମ୍‌କାର ନାୟକ ସଭା ପରିଚାଳନା କରିଥିବା ବେଳେ ବିଜେଡିର ଉପସଭାପତି ଧୃବ ଜୁଏଡ୍, ସାଧାରଣ ସମ୍ପାଦକ କୈଳାଶ ମହାନ୍ତି, ସଦର ବ୍ଲକ ଅଧ୍ୟକ୍ଷ ଗୁଲାପ ବାଗ, ଜିଲ୍ଲା ମହିଳା ବିଜେଡି ସଭାପତି ଦମୟନ୍ତୀ ବାଗ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ରାଜ୍ୟ ଛାତ୍ର ସମ୍ପାଦକ ସୁମନ ନନ୍ଦ, ଦେଓଗାଁ ବ୍ଲକ ସଭାପତି ସୁଶିଲ ଚାନ୍ଦ, ନରସିଂହ ବାଗ, ଜୟରାମ ମିଶ୍ର, ସତ୍ୟ ନାୟକ, ଭଗବାନ ବଗର୍ତ୍ତୀ, ଶିବ ପ୍ରସାଦ ବେହେରା, ମହେନ୍ଦ୍ର ବାଗ, ବାଲାଜି ପଣ୍ଡା, ମୁନା ଖାନ, ସତ୍ୟ ନାଏକ, ସୁଭ୍ରାସୁଂ ପଣ୍ଡା, ସଞ୍ଜିବ ନାଥ, ଉମେଶ ପଣ୍ଡା, ସୈଳେନ୍ଦ୍ର ସାହୁ, ଲିପିଶ୍ରୀ ସାଏ, ରାମ ନାଏକ, ରାଜୀବ ଦାସ, ନିହାର ରଞ୍ଜନ ସ୍ୱାଇଁ, ସାଗର ସଂଙ୍ଗମ ଶତପଥି, ଅଶୋକ ତାଣ୍ଡି, ସନ୍ତୋଷ ଦନ୍ତା, ଅକ୍ଷୟ ବନଛୋର, ଅସରଫ ଅଲି ଖାଁ, ମୋତିଲାଲ, ଗାୟତ୍ରୀ ଚନ୍ଦନ, ବାସନ୍ତୀ ସିଂ ବୁଡେକ, ନିଲିମା ପୁଟେଲ, କାଲିଦାସ, ଭୀମ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.