ଦ୍ୱାଦଶାହ ତିଥିରେ ପୂର୍ବତନ ସୈନିକ ପରମାନନ୍ଦ ବିଶିଙ୍କୁ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସୈନ୍ୟ ବାହିନୀରେ ଦୀର୍ଘ ବର୍ଷ ସେବା କରିବା ପରେ ପୂର୍ବତନ ସୈନିକ ଚାଲି ଆସିଥିଲେ ସମ୍ବଲପୁରକୁ ପରିବାର ସହିତ ରହି ଆନନ୍ଦରେ ଦିନ କାଟିବା ସହ ସମ୍ବଲପୁରରେ ନିଜ ପାଇଁ ଘରଟିଏ ତିଆରି କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ । କିନ୍‌ନ୍ତୁ ବିଧିର ବିଧାନ ଅଲଗା ଥିଲା । ଗତ ୭ ତାରିଖରେ ହୃଦରୋଗର ଶିକାର ହୋଇ ସେ ମୃତ୍ୟୁ ବରଣ କରିଥିଲେ । ଖବର ପାଇବା ପରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ରଥ ସ୍ୱର୍ଗତ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସଙ୍ଗେ ସଙ୍ଗେ ପରିବାର ବର୍ଗଙ୍କୁ ସନ୍ତ୍ୱନା ଦେଇଥିଲେ । ଆଜି ତାଙ୍କର ଦ୍ୱାଦଶାହ ଓ ଗଙ୍ଗା ଶ୍ରାଦ୍ଧ ସମ୍ବଲପୁର ସ୍ଥିତ କୋଶଳ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ଦ୍ୱାଦଶାହ ତିଥିରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.