ଗୋପାଳ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

  • ‘ଚିର ବିନମ୍ର ଗୋପାଳ ଚନ୍ଦ୍ର’ ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଟ୍ଟନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଶିକ୍ଷକତା କରିଥିବା ଅବିଭକ୍ତ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଂଚନାଟକ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ଏକାଧାରରେ ଅଭିନେତା, ନିର୍ଦ୍ଦେଶକ, ମଂଚଶିଳ୍ପୀ ଓ ଚିତ୍ରକର ଭାବେ ଏହି ବିନୟୀ ପୁରୁଷଙ୍କୁ ସମାଜ ବହୁକାଳ ମନେରଖିବ ବୋଲି ବୁଧବାର ସ୍ଥାନୀୟ ଭଗବତୀ ମଣ୍ଡପଠାରେ ତାଙ୍କର ଦ୍ୱାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି । ବୁର୍ଲା ଭୀମସାରର ପ୍ରଫେସର ବେଣୁଧର ପାଣ୍ଡେଙ୍କ ସଂଯୋଜନାରେ ଆୟୋଜିତ ଏହି ସ୍ମୃତି ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପିସିସି ସଭାପତି ଶରତ ପଟ୍ଟନାୟକ, ଦୁଇ ପୁରାତନ ଛାତ୍ର ତଥା କଂଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ସେଠାକାର ପୂର୍ବତନ ବିଧାୟକ ଆୟୁବ ଖାଁ, ସାହିତ୍ୟିକ ଶ୍ରୀନିବାସ ଉଦ୍‌ଗାତା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କର ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା କେଭି ସିଂହଦେଓ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!