ମେଳାପୀ ଶିକ୍ଷକ ବଳଦେବ ସେଠଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ଜଣେ ଜଣାଶୁଣା ଶିକ୍ଷକ ବଳଦେବ ସେଠଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ସ୍ଥିତ ମିଠାପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାଲେଶ୍ୱର ସେଠଙ୍କ ସାନ ପୁତ୍ର ବଳଦେବଙ୍କ ସ୍ବାସ୍ଥ୍ୟଗତ ଅସୁସ୍ଥତା କାରଣରୁ ଗତ ୧୩ ତାରିଖ ପରଲୋକ ହୋଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ, ପାଇକମାଲ ବ୍ଲକ ଶିକ୍ଷକ ସଂଘ ସଭାପତି ମହାଦେବ ବେହେରା, ମାଣ୍ତିଆଢିପା ସିଆର୍‌ସି ଡୋଲାମଣି ମାହାର, ମିଠାପାଲି ସିଆର୍‌ସି କେଦାରନାଥ ରାଉତ, ପାଇକମାଲ ଏବିଇଓ ଶିବ ପ୍ରସାଦ ଯୋଶୀ, ରାଧେଶ୍ୟାମ ମେହେର, ଗୁପତରାମ ବାରିକ, ସାମ୍ବାଦିକ ଡିଗ୍ରୀଧର ସାହୁ, ଗୋପାଳ ସେଠ, ସମ୍ବଲପୁର ଅବକାରୀ ଉପଅଧିକାର ଅଶୋକ କୁମାର ସେଠ, ସରୋଜ କୁମାର ସାମଲ, ସାମ୍ବାଦିକ ନିରୋଜ କୁମାର ପାଣୀ, ଲୋହିତ କୁମାର ବାରିକ, ରାଜେନ୍ଦ୍ର ସେଠ, ନିତ୍ୟାନନ୍ଦ ସୁନାଙ୍କ ସମେତ ପାଇକମାଲ ଅଞ୍ଚଳର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ସେଠଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇ ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.