ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ଜଣାଶୁଣା ଯୁବ ଆଇନଜୀବୀ ଅଜିତ କୁମାର ଶତପଥିଙ୍କ ଆହ୍ୱାନ କ୍ରମେ ଭେଉଁରିଆ ଛକରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କର ଅମର ଆତ୍ମାର ସଦ୍‌ଗତି କାମନା ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ ଓ ଶୋକ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ, ମାରୱାଡି ଯୁବା ମଞ୍ଚ, ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମୋ’ କଣ୍ଠେ ଜଗନ୍ନାଥ ସଂଗୀତ ସମିତି, ଭାରତୀୟ ଜନତା ପାର୍ଟି, ସ୍ୱୟଂ ସେବକ ସଙ୍ଘ ଇତ୍ୟାଦି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ । ଗତ ୨ ଜୁନରେ ବାଲେଶ୍ୱର ମାହାନଗାଠାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ରେଳଯାତ୍ରୀମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ବାପୁଜୀ ସ୍ୱେଚ୍ଛାସେବୀ ସଂଙ୍ଗଠନ ତରଫରୁ ଢୋଲବନ୍ଦ ଗ୍ରାମରେ ସମୂହିକ ପ୍ରାର୍ଥନା ସଭା ସହିତ ଦୀପଦାନ କରାଯାଇଥିଲା । ଏଣୁ ଅଞ୍ଚଳର ସମସ୍ତ ଅଧିକାରୀ, ବଣିକ ବନ୍ଧୁ, ସ୍ୱେଚ୍ଛାସେବୀ, ବୁଦ୍ଧିଜୀବୀ ଓ ଜନ ସାଧାରଣ ଏହି କାର୍ଯ୍ୟରେ ଯୋଗଦାନ କରି ଅମରଆତ୍ମାର ସଦ୍‌ଗତି ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.