oom

ସିଆର୍‌ପିଏଫ୍‌ ପକ୍ଷରୁ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଏନ୍‌ଜିଓର ସମସ୍ତ ଅଧିକାରୀ, ଯବାନ ଏବଂ ସାମାଜିକ କର୍ମୀ ସ୍ୱେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିଲେ । ପୱନ କୁମାର ତିୱାରୀ, କମାଣ୍ଡାଣ୍ଟ -୧୮୯ ବାଟାଲିୟନ୍, ସିଆର୍‌ପିଏଫ୍‌ ଏକ ମହମବତୀ ଜଳାଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଏବଂ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ସରୱାନୀ ମହେକ, ବଲାଙ୍ଗିର, ମୁଜିବ ଅଲି, ଡେପୁଟି କମାଣ୍ଡାଣ୍ଟ, ଡକ୍ଟର ରାକେଶ କୁମାର ଶର୍ମା, ଏସ୍‌ଏମ୍‌ଓ ଏବଂ ଶ୍ରୀମତୀ ନୀନା ଶର୍ମା, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୧୮୯ ବାଟାଲିୟନ, ସିଆର୍‌ପିଏଫ୍‌ର ଅନ୍ୟ ଅଧିକାରୀ ଏବଂ ଯବାନ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.