jayashree

ସମାଜସେବୀ ଲଳିତ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ

  • ସେବକର ମନ ନେଇ ସେବା କର : ପ୍ରଫେସର ମଧୁସୂଦନ ପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଟାଇଛି । ଲଳିତ ନାୟକ ଫାଉଣ୍ଡେସନ୍ ପକ୍ଷରୁ ଆଡଭୋକେଟ ରତନ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ମଧୁସୂଦନ ପତି ସେବକର ମନ ନେଇ ସେବା କଲେ ଜୀବନ ସଫଳ ହୁଏ ବୋଲି କହିଥିଲେ । ଏଦିଗରୁ ଲଳିତ ଜଣେ ପ୍ରକୃତ ସେବାକାରୀ, ଯୁବକମାନଙ୍କ ପାଇଁ ଅନୁକରଣୀୟ ବୋଲି ସେ କହିଥିଲେ । ଆମର ଭବିଷ୍ୟତ ଯୁବକମାନଙ୍କ ହାତରେ ରହିଛି । ଲଳିତ ଯୁବକଙ୍କୁ ସଙ୍ଗଠିତ କରୁଥିଲେ ଓ କ୍ରିୟାଶୀଳ କରୁଥିଲେ । ଏଣୁ ଳଳିତଙ୍କ ଅନୁଗାମୀ ହେବାକୁ ଚେଷ୍ଟା କରି ସେବା ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ଭିନ୍ନକ୍ଷମ ଛାତ୍ରୀ ପାୟଲ ନାଗ, ପ୍ରାଣୀପ୍ରେମୀ ଆଦିତ୍ୟ ପଟ୍ଟନାୟକ, ପ୍ରତିଭାବାନ୍ ଛାତ୍ର ଚୁଭନ ରାଓ, ରକ୍ତଦାତ୍ରୀ ଅଶ୍ୱର୍ଯ୍ୟା ଦାସ ଏବଂ କୋଭିଡ ଯୋଦ୍ଧା ନର୍ସ ପ୍ରଗତି ପୁଟେଲଙ୍କୁ ଲଳିତ ନାୟକ ଫାଉଣ୍ଡେସନ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ମାନପତ୍ର ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠକ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଅବସରପ୍ରାପ୍ତ ସୈନିକ ସଂଘ ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ, ମାହେଶ୍ୱରୀ ସଙ୍ଗଠନର ଅଙ୍କୁଶ ପାଣ୍ଡିଆ, ବିଙ୍ଗ୍ ହ୍ୟୁମାନ୍ ଫାଉଣ୍ଡେସନ୍‌ର ସୋମନାଥ ମିଶ୍ର, ବଜରଙ୍ଗ ଦଳର ସୌମ୍ୟ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ଦେଇଥିଲେ । ସଭାରେ ଲଳିତ ନାୟକ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦୀପକ କୁମାର ନାୟକ ମଞ୍ଚାସୀନ ଥିଲେ । ସଭାକୁ ବୀରେନ୍ଦ୍ର ଝାଙ୍କର ସଂଯୋଜନା କରିଥିଲେ । ଶେଷରେ ବିବେକାନନ୍ଦ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳେ କେବିକେ ଆଇଟିଆଇ ଠାରେ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଆଡଭୋକେଟ୍ ରତନ ମହାରଣା, ଆଡଭୋକେଟ୍ ଭବାନୀ ଶଙ୍କର ଶତପଥି, ଫାଉଣ୍ଡେସନ୍ ଅଧ୍ୟକ୍ଷ ଜ୍ୟୋତିରଞ୍ଜନ ନାୟକ ମାଲ୍ୟାର୍ପଣ କରିଥିଲେ । ସେଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନ ସଦସ୍ୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ, ଗରିବ ଖଟିଖିଆ ଓ ଶ୍ରମଜୀବୀ ଶ୍ରେଣୀର ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ସାମ୍ବାଦିକ ଭବନରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

Leave A Reply

Your email address will not be published.