oom

ବିଜେଡି ଯୁବ ଟାଣୁଆ ନେତା ସ୍ୱର୍ଗତ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ପାଳିତ

jsmm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯୁବ ବିଜେଡି ନେତା ବହୁ ଚର୍ଚ୍ଚିତ ପୂର୍ବତନ କାଉନସିଲର ସ୍ୱର୍ଗତ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଦିବସ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗତକାଲି ପାଳିତ ହୋଇଯାଇଛି । ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ପୂର୍ବତନ ଛାତ୍ର ବିଜେଡ଼ି ବ୍ଲକ ସଭାପତି ଅଜିତ ସ୍ୱାଇଁ ଓ ଛାତ୍ର ସଂସଦ ପୂର୍ବତନ ସାଧାରଣ ସମ୍ପାଦକ ବେଣୁଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗତ ପ୍ରଧାନଙ୍କ ନିଜସ୍ଵ ବାସଭବନଠରେେ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସାମୂହିକ ସ୍ମୃତି ଚାରଣ କରିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଅତୁଳନୀୟ ଥିଲା । ତାଙ୍କରି କାଳଜୟୀ ପାଇଁ ଅନେକ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି ପୂର୍ବତନ ସଭାପତି ଶ୍ରୀ ସ୍ୱାଇଁ ଓ ଅନ୍ୟମାନେ ମତବ୍ୟକ୍ତ କରି କହିଛନ୍ତି । ସ୍ୱର୍ଗତ ପ୍ରଧାନ ଜଣେ ଟାଣୁଆ ବିଜେଡି ଯୁବନେତା ଥିଲେ, ଗଞ୍ଜାମ ଜିଲ୍ଲାର ଅଧିକାଂଶ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରି ଆଣିବା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପ୍ରତିବର୍ଷ ଛାତ୍ର ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରି ନିଜ ଅକ୍ତିଆରରେ ରଖି ଆଣିବାରେ ସକ୍ଷମ ଓ ପାରଦର୍ଶିତା ହାସଲ କରିଥିଲେ ବୋଲି ପୂର୍ବତନ ସମ୍ପାଦକ ବେଣୁଧର ବେହେରା ବର୍ଣ୍ଣନାତୀତ ଭାବେ କହିଥିଲେ । ଏହି ଅବସରରେ ଗତକାଲି ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ସହ ପ୍ରସୂତି ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ମହିଳାମାନଙ୍କୁ ବେବି କିଟ୍ ପ୍ରଦାନ କରାଯାଇଥିଲା । ସୂଚନା ଥାଉ କି, ସ୍ୱର୍ଗତ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ମସିହାର ସେପ୍ଟେମ୍ବର ୧୬ ତାରିଖରେ ସ୍ପଷ୍ଟ ଦିବାଲୋକରେ ନିଜସ୍ଵ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ବହୁ ଆସାମୀ ଏବେସୁଦ୍ଧା ବନ୍ଦୀଜୀବନ କାଟୁଛନ୍ତି । ଏହା ସମସ୍ତଙ୍କ ମନକୁ ଏବେବି ଆଲୋଡିତ କରେ । ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସ୍ୱର୍ଗତ ପ୍ରଧାନଙ୍କ ମା’ ପ୍ରମିଳା ପ୍ରଧାନ, ବଡ଼ ଭାଇ ସୁଦୀପ୍ତ କୁମାର ପ୍ରଧାନ ଓ ସଞ୍ଜିବ କୁମାର ପ୍ରଧାନଙ୍କ ସହ ପରିବାରବର୍ଗ ଏବଂ ବହୁ ନେତ୍ତୃବର୍ଗ ଯୋଗଦେଇ ସ୍ୱର୍ଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

jittmm
Leave A Reply

Your email address will not be published.