
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକ ଡେଲାଙ୍ଗ ବଜାର ସ୍ଥିତ ଶ୍ୟାମସୁନ୍ଦର ପାଠଗାରରେ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ଜିଲ୍ଲା ଉପସଭାପତି ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶିକ୍ଷାବିତ୍ତ କାଶୀନାଥ ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ପରିବେଶବିତ୍ତ ଆଇନଜୀବୀ କବି ହୃଷୀକେଶ ପାଢ଼ୀ, ଶିଶୁ ସାହିତ୍ୟିକ କବି ଚନ୍ଦ୍ରଶେଖର, ସଂସ୍କୃତି ସଂପନ୍ନ ଶିକ୍ଷକ ତଥା ଆଶୁକବି ଅଭୟ ଚରଣ ସାହୁ, ଶିକ୍ଷକ ଲଷ୍ମୀଧର ବସ୍ତିଆ, ଆଚାର୍ଯ୍ୟ ସର୍ବେଶ୍ୱର ବାରିକ, ଛାତ୍ରୀ ଶୁଭମିତା ମଲ୍ଲିକ ଯୁବ ସମାଜସେବୀ ଜିତେନ୍ଦ୍ର ପ୍ରଧାନ, ବିଜୟ ରାଉତ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁଙ୍କ ଫଟୋରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଉତ୍କଳମଣୀଙ୍କ ତ୍ୟାଗପୁତ କର୍ମମୟ ଜୀବନ ଉପରେ ବକ୍ତାମାନେ ଉଦ୍ବୋଧନ ଦେଇ ଉତ୍କଳମଣୀଙ୍କ ଜୀବନାଦର୍ଶରେ ନିଜକୁ ଗଢି ତୋଳିବା ପାଇଁ ମତ ରଖିଥିଲେ ।