oum

ଡେଲାଙ୍ଗରେ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଏହି ଅବସରରେ ହାଟ ବଜାର ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁପ୍ରେମୀଙ୍କ ସହିତ ଦିବଂଗତ ପ୍ରଦୀପ ମହାରଥୀଙ୍କ ସୁପୁତ୍ର ତଥା ପିପିଲି ଉପନିର୍ବାଚନର ବିଜେଡି ଦଳର ବିଧାୟକ ପ୍ରାର୍ଥି ରୁଦ୍ର ପ୍ରତାପ ମହାରଥୀ, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ପୁଷ୍ପମାଲ୍ୟ ଓ ଧୂପ, ଦୀପ ପ୍ରଦାନ କରିଥିଲେ । ବିଜୁ ବାବୁ ଜଣେ ରାଜନୀତିଜ୍ଞ ବ୍ୟକ୍ତି ନଥିଲେ ବଂର ନୂତନ ଓଡିଶା ନିର୍ମାଣ ଗଠନର ଅବଦାନ ତାଙ୍କର ଅତୁଳନୀୟ ରହିଥିବା ଶ୍ରୀ ମହାରଥି କହିଥିଲେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଓଡିଶା ଠାରୁ ଆରମ୍ଭ କରି ରାଜ୍ୟ ଓ ଦେଶ ବିଦେଶରେ ତାଙ୍କର କୃତିତ୍ୱ ପାଇଁ ପୂଜା ପାଉଥିବା ସେ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲା ବିଜେଡି ଦଳର ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ଡେଲାଙ୍ଗ ବ୍ଳକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ସୁଦୀପ୍ତ ନାୟକ, ସୌମ୍ୟରଞ୍ଜନ ମହାପାତ୍ର, ପିଙ୍କୁ ପ୍ରଧାନ, ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ନବଘନ ପ୍ରଧାନ, ଲୋକନାଥ ବେହେରାଙ୍କ ସହିତ ବହୁ ବିଜୁପ୍ରେମୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ବିଜୁ ପ୍ରେମୀମାନେ ବିଜୁ ବାବୁ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଆଦି ସ୍କୋଗାନ ଦେଇଥିଲେ ।

Leave A Reply

Your email address will not be published.