ସଂକୀର୍ତ୍ତନ ଗୁରୁ ଅଭିରାମଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମର ବରିଷ୍ଠ ସଂକୀର୍ତ୍ତନ ଗୁରୁ ଅଭିରାମ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୁତିଚାରଣ ସଭା ତାଙ୍କ ବାସଭବନ ସମୁଖରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଠ ପାଲା ଗାୟକ ଅଭିମନ୍ୟୁ ସ୍ୱାଇଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ସ୍ମୁତିଚାରଣ ସଭାରେ ମୁଖ୍ୟ ଅତିଥି ରୂପେ ନରେନ୍ଦ୍ର ପାଟ୍ଟଶାଣୀ, ମୁଖ୍ୟ ବକ୍ତା ଭାବେ ଶରତ କୁମାର ରାଉତ, ସମ୍ମାନିତ ଅତିଥି ରୂପେ କାଶୀନାଥ ପଣ୍ଡା, ହରିହର ସାମନ୍ତରାୟ, ସଦାଶିବ ପ୍ରଧାନ, ଦୁର୍ଗା ପ୍ରସାଦ ସାହୁ, ବଂଶୀଧର ଦାଶ, ମାନସ ଲେଙ୍କା, ଲଳିତ କୁମାର ସାହୁ, ପ୍ରକାଶ ଚନ୍ଦ୍ର ରାଉତ ସମେତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନରୁ ଆସିଥିବା କଳାକାର ବୃନ୍ଦ, ବନ୍ଧୁ ପରିଜନ, ଗ୍ରାମବାସୀ ସହ ସ୍ଵର୍ଗତ ସଂକୀର୍ତ୍ତନ ଗୁରୁ ଅଭିରାମଙ୍କ ସୁପୁତ୍ର ସୁକାନ୍ତ, ବସନ୍ତ, ଶରତ, ଆଦିତ୍ୟ ଓ ପ୍ରମୋଦ ସହିତ ସପରିବାର ଉପସ୍ଥିତ ରହି ଦିବଂଗତ ସଂକୀର୍ତ୍ତନ ଗୁରୁ ଅଭିରାମଙ୍କ ସ୍ମୁତିଚାରଣ କରିବା ସହ ତାଙ୍କ ଅମରଅତ୍ମାର ସଦଗତି କାମନା କରି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗାଁ ଜଜ ପ୍ରମୋଦ କୁମାର ଜେନା ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.