କଣ୍ଟାବାଞ୍ଜିରେ ହ୍ୟୁମାନଙ୍କ ପାଇଁ ଶୋକସଭା

ତୁରେକେଲା, (ପିତାମ୍ବର ଦୀପ) : ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକରେ ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ଭଳି ଅଞ୍ଚଳରୁ ଯାଇ ସେ ସାରା ଓଡ଼ିଶାରେ ବହୁତ କମ୍ ସମୟ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଏଥିରେ ମତ ପ୍ରକାଶ ପାଇଛି । ଶାନ୍ତନୁ ବିଭାଗ, ରମେଶ ମହାନନ୍ଦ, ମୋହନ ସୁନା, ରଶ୍ମିରଞ୍ଜନ ନାଗ, ଅଶୋକ କୁମାର, ବିଭୂତି ବାଗ, ମାଧବ ବଏ, ସୁଶୀଲ ତାଣ୍ଡି, ହିମାଂଶୁ ବଏ, ପଞ୍ଚମ ତାଣ୍ଡି ପ୍ରମୁଖ ହ୍ୟୁମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.