om academy

ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ଶୋକସଭା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଘରୋଇ ବସ୍‌ ମାଲିକ ସଂଘର ସ୍ଥାୟୀ ନିର୍ବାଚନ ଅଧିକାରୀ ଅଭୟ ମିଶ୍ର ଓ ସଂଘର ପୂର୍ବ ସଭାପତି ବାସୁଦେବ ପ୍ରତିଙ୍କ ପତ୍ନୀଙ୍କ ବିୟୋଗରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ସଭାପତି ହେମନ୍ତ ପଣ୍ଡାଙ୍କ ଅଧକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଛି । ସଂଘର ଦ୍ଵିବାର୍ଷିକ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାରେ ‌ସ୍ୱର୍ଗତ ଅଭୟ ମିଶ୍ରଙ୍କ ଭୂମିକାକୁ ସଭ୍ୟମାନେ ପ୍ରସଂଶା କରିବା ସଙ୍ଗେ ତାଙ୍କର ସ୍ମୃତିଚାରଣ କରିଥିଲେ । ସ୍ଵର୍ଗତ ମିଶ୍ର ଘରୋଇ ବସ ମାଲିକ ସଂଘର ଜଣେ ପରମ ବନ୍ଧୁ ଓ ମାର୍ଗ ଦର୍ଶକ ଥିଲେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତାଙ୍କର ପରଲୋକ ସଂଘ ପାଇଁ ଆପୂରଣୀୟ କ୍ଷତି ବୋଲି କୁହାଯାଇଛି ଏବଂ ସେମାନଙ୍କ ପରିବାରବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ଏହି ଶୋକସଭାରେ ବରିଷ୍ଠ ସଭ୍ୟ ଅକ୍ଷୟ କୁମାର କଣ୍ଟା, ଡମ୍ବରୁ ଆଚାର୍ୟ୍ୟ, ମାନସ ରଞ୍ଜନ ନାୟକ, ଶିବ ଶଙ୍କର ପଟେଲ, ଲିକୁନ ଆଚାର୍ୟ୍ୟ, ହିମାଂଶୁ ନାୟକ, ସଞ୍ଜିବ ପଣ୍ଡା, ଭବାନୀ ଶଙ୍କର ପଟେଲ, ଟିକେଶ୍ଵର ନନ୍ଦ ଓ ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.