ଇପିଏ ୱିକ୍ଲି ସମ୍ପାଦକଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସିର ପ୍ରତିଷ୍ଠାତା ତଥା ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଇପିଏ ୱିକ୍ଲିର ମୁଖ୍ୟ ସମ୍ପାଦକ ଅନୀଲ ପ୍ରସାଦ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ଓଡ଼ିଶା ରାଜ୍ୟ ଜଣେ ବରିଷ୍ଠ ସମ୍ପାଦକଙ୍କୁ ହରାଇଲା ବୋଲି କହିଛନ୍ତି । ଇପିଏ ୱିକ୍ଲିର ସମ୍ପାଦକ ଭାବେ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ନିର୍ଭୀକ କଲମ ଚାଳନା ପାଇଁ ସେ ସ୍ୱତନ୍ତ୍ର ସ୍ଥାନ ଛାଡ଼ି ଯାଇଛନ୍ତି । ଜଣେ ଫଟୋ ସାମ୍ବାଦିକ ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଅମର ଆତ୍ମାର ସଦଗତି ପାଇଁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.