ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ନବଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ସମସ୍ତ ଚେଷ୍ଟା କରିଥିଲେ । ଦୁର୍ଭାଗ୍ୟବଶତଃ ସମ୍ଭବ ହୋଇ ପାରି ନାହିଁ । ନବ ଦାସ ଉଭୟ ସରକାର ଓ ବିଜେଡି ଦଳ ପାଇଁ ପୁଞ୍ଜି (ସମ୍ପତ୍ତି) ଥିଲେ ବୋଲି କହିଛନ୍ତି ନବୀନ । ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ସମୟରେ ନବ ଦାସ ଅନେକ ପଦକ୍ଷେପ ନେଇଥିଲେ ଲୋକଙ୍କ କଲ୍ୟାଣ ପାଇଁ । ତୃଣମୂଳ ସ୍ତରରେ ବିଜେଡିକୁ ସୁଦୃଢ଼ ପାଇଁ ନବ କାମ କରୁଥିଲେ । ଖାଲି ବିଜେଡି ନୁହେଁ, ସବୁ ଦଳର ଲୋକଙ୍କ ମନରେ ସେ ଥିଲେ । ନବ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ନବୀନ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.