ଦଶହରା ଉପଲକ୍ଷେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବାର ହାତ ଖଡ୍ଗ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଦଶହରା ଉପଲକ୍ଷେ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ବାର ହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ଖଡ୍ଗ ଭବନଠାରୁ ବାହାରି ସେକ୍ଟର ୨ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଯାଇ ପୁଣି ଖଡ୍ଗ ଭବନକୁ ଫେରିଥିଲା । ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସହାବସ୍ଥାନର ବାର୍ତ୍ତା ନେଇ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ୪୬ତମ ଏହି ଖଡ୍ଗ ଶୋଭାଯାତ୍ରାରେ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ର ଓ ଉପସଭାପତି ସୁରେନ୍ଦ୍ର ରାଉତ, ଉପେନ୍ଦ୍ର ନାୟକଙ୍କ ନେତୃତ୍ଵରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଅନୁଷ୍ଠାନ ତରଫରୁ ଉପସଭାପତି ଉପେନ୍ଦ୍ର ନାୟକ ମାଲ୍ୟାର୍ପଣ କରିଥିଲେ । ଏହାପରେ ଖଡ୍ଗ ଭବନଠାରେ ଏକ ଭଜନ ସମାରୋହ ପରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସର୍ବଶ୍ରୀ ଅମୂଲ୍ୟ ଚରଣ ବରାଳ, ରବି ପରିଡା, ଅକ୍ଷୟ ଜେନା, ସୁମନ୍ତ ଜେନା, ଭାନୁପ୍ରତାପ ଜେନା, ପିତାମ୍ବର ଲେଙ୍କା, ବାବାଜୀ ସ୍ୱାଇଁ, ଜଗନ୍ନାଥ ରାଉତ, ଶମ୍ବୁନାଥ ପରିଡା, ଅକ୍ଷୟ ଦାସ, ନାରାୟଣ ସାମଲ, କିଶୋର ନାୟକ, ବସନ୍ତ ଜେନା, ସୁବ୍ରତ ମଲ୍ଲିକ, ପି ପି ରାୟ, ବିରାଜ ବିଶ୍ୱାଳ, ଚୌଧୁରୀ ବିଜୟ ପଟ୍ଟନାୟକ, ଆପୁ ନାୟକ, ତପସ୍ୱିନୀ ନାୟକ, ପ୍ରଭାବତୀ ନାୟକ, ଭାଗ୍ୟଲକ୍ଷ୍ମୀ ପରିଡା, ସୁକାନ୍ତୀ ପରିଡା, ସାଗରିକା ଭୁଜବଳ, ବିନୋଦ ରାଉତ, ସଂଜୀବ ନାୟକ, ଉଗ୍ରେସନ ବିଶ୍ୱାଳ, ରବିନ୍ଦ୍ର ବାରିକ, ଜେଣ୍ଟଲ ପରିଡା, ସତ୍ୟାନନ୍ଦ ବେହେରା, କୁଞ୍ଜବିହାରୀ ରାଉତ, ତନୁ ପ୍ରଧାନ, ଶାନ୍ତି ଲତା ବାରିକ, ଟୁନି ଖଣ୍ଡୁଆଳ, ସୌଦାମିନୀ ମୁଦୁଲି, ସୌଭାଗିନୀ ମୁଦୁଲି, ରାଧାଶ୍ୟାମ ପରିଡା, ସୁପ୍ରଭା ପରିଡା ପ୍ରମୁଖ ଶତାଧିକ ଖଣ୍ଡାୟତ କ୍ଷତ୍ରିୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଖଣ୍ଡାୟତ କ୍ଷତ୍ରିୟମାନଙ୍କୁ ଏକତ୍ରିକରଣ କରି ମହାସଭାକୁ ଅଧିକ କ୍ରିୟାଶୀଳ କରାଯିବା ପାଇଁ ସାଧାରଣ ସଂପାଦକ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.