ତ୍ରିତାପ ହରଣ ଶାନ୍ତି ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ରିବେଣୀ ସଙ୍ଗମ ସ୍ଥଳୀ, ବେଦବ୍ୟାସ ପୀଠ, ରାଉରକେଲାଠାରେ ତ୍ରିତାପ ହରଣ ଶାନ୍ତି ମହାଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ଆଜି ପ୍ରଥମ ଦିବସରେ ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଶ୍ରୀ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ, ଯଜ୍ଞ ମଣ୍ଡପ ପରିକ୍ରମା ହୋଇଯାଇଛି । ଶ୍ରୀ କଳସ ଶୋଭାଯାତ୍ରାରେ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁମାନେ ଯୋଗଦେଇ ଥିଲାବେଳେ ଏହାର ନେତୃତ୍ୱ ପ୍ରମୋଦ କୁମାର ବେହେରା, ସୁଶାନ୍ତ କୁମାର ନାୟକ, ସିଦ୍ଧାର୍ଥ ଚନ୍ଦ୍ର ଦାସ ଓ ନିରଞ୍ଜନ ସାହୁ ପ୍ରମୁଖ ନେଇଥିଲେ । ସେହିପରି ପୂଜକ ଭାବେ ଗଙ୍ଗା ଭାଇ, ସଞ୍ଜୟ ଭାଇ, ଗଗନ ଭାଇ ଓ ଗଣେଶ ଭାଇ ଦାୟିତ୍ଵ ତୁଲାଉଥିବା ବେଳେ କର୍ତ୍ତା ଭାବେ ସର୍ବଶ୍ରୀ ବ୍ରଜବନ୍ଧୁ ତରାଇ, ମିତାରାଣୀ ତରାଇ, ସଞ୍ଜୟ କୁମାର ସାମଲ, ରୂପାଲି ସାମଲ, ଚିତ୍ରସେନ ବେହୁରିଆ, ଗିରିଜା ପଟେଲ, ସୁଶାନ୍ତ କୁମାର ନାୟକ, ମଧୁମିତା ନାୟକ, ଶିବପ୍ରସାଦ ବାରିକ, ସ୍ୱର୍ଣ୍ଣଲତା ବାରିକ, ଅଶୋକ ମାଝୀ ଓ ଧନମତୀ ମାଝୀ ପ୍ରମୁଖ ଦାୟିତ୍ଵ ତୁଲାଇଥିବା ଜଣାପଡିଛି ।

Leave A Reply

Your email address will not be published.