om academy

ବ୍ରହ୍ମପୁରରେ ନିଷ୍ଠୁର କରୋନା ନେଲା ନିରୀହ ଶିଶୁର ଜୀବନ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ହାଉସିଙ୍ଗ ବୋର୍ଡର କୈଳାଶ ନାୟକ(୧୦) ନାମକ ଜଣେ ଶିଶୁ କୋଭିଡରେ ଏମ୍‌କେସିଜିରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଉକ୍ତ ଶିଶୁକୁ ହେମୋଫିଲିଆ ପୂର୍ବରୁ ଥିବା ତାଙ୍କ ବାପା କହିଥିବା ବେଳେ ଗତକାଲି ଏମ୍‌କେସିଜିରେ କୋଭିଡ ପଜିଟିଭ୍‌ ଆସିଥିବା ନେଇ ବାପା ସୂଚନା ଦେଇଛନ୍ତି । କୁହାଯାଇଛି, ହେମୋଫେଲିଆ ଏକ ରୋଗ, ଯେଉଁ ରୋଗରେ କି ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ହୋଇ ରକ୍ତ ବାହାରିଲେ ତାହା ଆଦୌ ବନ୍ଦ ହୁଏ ନାହିଁ । ଏହି ରୋଗର ଚିକିତ୍ସା ନାହିଁ । ଯଦି ବା ବିଦେଶରେ ଅଛି ଏହା ବହୁତ୍ ଖର୍ଚ୍ଚବହୁଳ । ଶିଶୁ ଧୀରେ ଧୀରେ ବଡ ହେଲେ ରୋଗର ଜଟିଳତା ବଢ଼ିଥାଏ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.