କାହିଁକି ଅଲୋଡା ଶିଶୁକନ୍ୟା ?

  • କାହିଁକି ଅଲୋଡା ଶିଶୁକନ୍ୟା ? : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯେତେ ସଚେତନ ଓ ପ୍ରଚାର ପ୍ରସାର କଲା ପରେ ମଧ୍ୟ କିଛି ବ୍ୟକ୍ତି ବିଶେଷ ସୁଧୁରି ପାରୁ ନାହାଁନ୍ତି । କେତେବେଳେ ଜୀବିତ ନବଜାତକଙ୍କୁ ରାସ୍ତାକଡ଼ରେ ଛାଡି ଚାଲି ଯାଉଛନ୍ତି ତ ଆଉ କେତେବେଳେ ମୃତ ଶିଶୁଙ୍କୁ ପରିତ୍ୟକ୍ତ ସ୍ଥାନରେ ଫୋପାଡ଼ି ଦେବାକୁ ପଛାଉ ନାହାନ୍ତି । କେବଳ ବଲାଙ୍ଗିର ଟାଉନରେ ଏହିଭଳି ଘଟଣାମାନ ବାରମ୍ବାର ଦେଖିବାକୁ ମିଳୁଛି । ନବ ଜନ୍ମିତର ବା ଦୋଷ କଣ ? ସେ ତ ଆଖି ଖୋଲି ଦୁନିଆ ଦେଖିବା ଆଗରୁ ବିନା ଦୋଷରେ ଚାଲି ଯାଉଛି ଆରପାରିକୁ । ଏତେ ନିଷ୍ଠୁର ବା କେମିତି ହୋଇପାରୁଛନ୍ତି ଜନ୍ମ କଲା ବାପା ମାଁ..? ଏଥିପାଇଁ ଦୋଷ ଦେବା କାହାକୁ ଏବଂ ଦାୟୀ କରିବା କାହାକୁ ? ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସଜାଗ ରହିବା ଦରକାର । କିନ୍ତୁ କେଉଁଠି କେତେ ଶିଶୁ ମୃତ୍ୟୁବରଣ କରିଛନ୍ତି ତାହାର ମଧ୍ୟ ତଥ୍ୟ ଦେଇ ପାରୁ ନାହିଁ ସ୍ୱାସ୍ଥ୍ୟ ବିଭାଗ । କେତେ ଦୁର୍ଭାଗ୍ୟର କଥା ଧନତେରସ ଓ ଦୀପାବଳୀ ଭଳି ପାର୍ବଣ ସମୟରେ ସମାଜ ମା’ ଲକ୍ଷ୍ମୀଙ୍କୁ ଆରାଧନା କରିବାରେ ବ୍ୟସ୍ତ ଥିବା ବେଳେ କିଛି ବ୍ୟକ୍ତି ବିଶେଷଙ୍କୁ ନିଜେ ଜନ୍ମ କଲା ଶିଶୁକନ୍ୟାଟିଏ ମଧ୍ୟ ଅଲୋଡା ହୋଇ ପଡୁଛି । ତେବେ ଗତ ୨୩.୧୦.୨୦୨୨ ତାରିଖ ମଧ୍ୟ ଏମସିଏଚ ବିଲ୍ଡିଂ ପଛପଟ ରାସ୍ତାକଡ଼ର ଏକ ଡ୍ରେନରେ ବ୍ୟାଗରେ ଭର୍ତ୍ତି ଏକ ମୃତ ନବଜାତ ଶିଶୁକନ୍ୟାଟି ପାଣିରେ ପଡି ରହିଥିବା ବେଳେ ଏହି ମୃତ ନବଜାତ ଶିଶୁକନ୍ୟାଟିର ଶବକୁ ଉଦ୍ଧାର କରି ଶବ ସତ୍କାର କରିଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ।

Leave A Reply

Your email address will not be published.