ଶିଶୁ ସୁରକ୍ଷା ସମ୍ପର୍କିତ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ୍ ସମ୍ମୁଖରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ବିଡିଓ କୁଲଦୀପ ମହାନ୍ତି ଶୁଭ ଉଦ୍‌ଘାଟନ କରି ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଉପରେ ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ, କିଶୋର ନ୍ୟାୟ ଆଇନ, ପୋସ୍କୋ ଆଇନ୍ ଉପରେ ଜଣାଇଥିଲେ । ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା ବେଟି ବଚାଓ ବେଟି ପଢାଓ, ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ବୁଝାଇ ତାଲିମ ପ୍ରଦାନ କରିଥଲେ । ଏହି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକାମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରୋଗ୍ରାମ କୋଡିନେଟର ସଚ୍ଚିଦାନନ୍ଦ ଷଡ଼ଙ୍ଗୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସୋମନାଥ ମିର୍ଦ୍ଧା ଧନ୍ୟବାଦ୍ ଅର୍ପଣ କରିଥଲେ ।

Leave A Reply

Your email address will not be published.