om academy

ଜଙ୍ଗଲରୁ ଦୁଇ ଶିକାରୀ ଗିରଫ : ବନ୍ଧୁକ, ଗୁଳି ଜବତ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଜଙ୍ଗଲ ବିଭାଗ ରେଞ୍ଜ ଅଧିନ ବନ୍ଧଗଡ଼ ଜଙ୍ଗଲ ମଧ୍ୟରୁ ଗତକାଲି ବନ ବିଭାଗ ପକ୍ଷରୁ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ସହ ୧୦ଟି ଗୁଳି, ବାଟଲିଖଡ଼ା, ବଣକୁକୁଡା ଓ ପକ୍ଷୀମାଂସ ଜବତ କରିଛି । ବନ ବିଭାଗ ଡିଏଫଓ ଲକ୍ଷ୍ମୀକାନ୍ତ ବେହେରାଙ୍କ ନିର୍ଦ୍ଦେଶରେ ଫିରିଙ୍ଗିଆ ବନବିଭାଗ ରେଞ୍ଜର ବିଜୟ ମଲିକଙ୍କ ତତ୍ତ୍ଵାବଧାନରେ ଫରେଷ୍ଟର ସରୋଜ ମିଶ୍ରଙ୍କ ନେତୃତ୍ଵରେ ବନବିଭାଗ ସ୍କ୍ୱାର୍ଡ ଚଢାଉ କରି ଏମାନଙ୍କୁ ଧରିଥିଲା । ସେମାନଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବନ୍ଧଗଡ଼ ଫରେଷ୍ଟର ସରୋଜ ମିଶ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.