ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ(କ) ସ୍ଥିତ ଗଣ୍ଡପାଲି ଗ୍ରାମ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ତରଫରୁ କ୍ଷେତ୍ର ଦିବସ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା (ରାଜ୍ୟ ଯୋଜ଼ନା) ଏକ କାର୍ଯ୍ୟକ୍ରମ ଯାହାକି ଉକ୍ତ ଗ୍ରାମରେ ୨୦୨୫-୨୬ ବର୍ଷ ରବି ଋତୁରେ କାର୍ଯ୍ୟକାରୀ କରାଯାଇଥିଲା । ଧାନ ଚାଷ ପରେ ନିଜ ଜମିକୁ ପଡିଆ ନ ରଖି ଡାଲି ଜାତୀୟ, ତୈଳ ଜାତୀୟ ତଥା ଅନ୍ୟାନ୍ୟ ଫସଲ ଚାଷ ଉପରେ ଧ୍ୟାନ ଦେବା ସକାଶେ ଶିବିରରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ଜିଲ୍ଲା କୃଷି ଯୋଜନା ଅଧିକାରୀ ଦେବପ୍ରିୟ ପଣ୍ଡା, କୃଷି ଅଧିଦର୍ଶିକା ଭାନୁମତି ନାୟକ, ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତ ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଇଫକୋ କ୍ଷେତ୍ର ପରିଦର୍ଶକ ସୁରଜ ମହାନ୍ତି ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ରାସାୟନିକ ସାରର ବିକଳ୍ପ ଭାବେ ତରଳ ସାର, ନାନୋ ସାର, ଜଳରେ ଦ୍ରବିଭୂତ ସାରର ବ୍ୟବହାର ଉପରେ ଚାଷୀଙ୍କୁ ବୁଝାଇଥିଲେ । କୃଷକ ସାଥି ରାଜିନ୍ଦ୍ର ନାଏକ, ଶେଷଦେବ ବିଶ୍ୱାଳ, ଅଚ୍ୟୁତାନନ୍ଦ କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post