ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତ୍ନଚିରା ଫାରର୍ମରସ ପ୍ରୋଡୁସର୍ କମ୍ପାନୀ ଲିମଟେଡ ଡେଲାଙ୍ଗ ତରଫରୁ ସ୍ଥାନୀୟ ଶ୍ରୀପୁରୁଷୋତ୍ତମପୁର ସ୍ଥିତ କର୍ଲ୍ୟଣ ମଣ୍ଡପ ପରିସରରେ ଦିନିକିଆ ମାଛ ଚାଷ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କମ୍ପାନୀର ଅଂଶୀଦାର ସଦସ୍ୟ/ ସଦସ୍ୟା ମାନଙ୍କ ମଧ୍ୟରୁ ୬୦ ଜଣ ମତ୍ସ୍ୟଚାଷୀ ଯୋଗ ଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ, ପୁରୀ ସହାୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତ୍ସ୍ୟ ବିଜ୍ଞାନୀ ଡଃ. ଅମ୍ବିକା ପ୍ରସାଦ ନାୟକ ମାଛ ଚାଷର ପ୍ରଣାଳୀ ତଥା ବ୍ୟବସାୟିକ ଭିତ୍ତିକ ସଫଳତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉନ୍ନତ ପ୍ରଣାଳୀରେ ମାଛଚାଷ କରି କିପରି ଲାଭବାନ ହୋଇପାରିବେ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରତେକ ସମୟରେ କୃଷିବିଜ୍ଞାନ କେନ୍ଦ୍ର ତରଫରୁ ଚାଷୀ ମାନଙ୍କୁ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରାଯିବ ବୋଲି ଶ୍ରୀଯୁକ୍ତ ନାୟକ ପରାମର୍ଶ ଦେଇଥିଲେ । ଏଥି ସହିତ ମାଛଚାଷ ପାଇଁ ଥିବା ସରକାରୀ ସହାୟତା ଓ ଆର୍ଥିକ ରିହାତି ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରୋତ୍ସାହନକାରୀ ସଂସ୍ଥା ‘ଲାଲ’ର ଉପସଭାପତି ମାଧବଚନ୍ଦ୍ର ପ୍ରଧାନ ତାଲିମ୍ ଶିବିରର ପରିଚାଳନା କରିଥିଲେ ଏବଂ ଅନୁଷ୍ଠାନର ସଭାପତି ରବୀନ୍ଦ୍ରନାଥ ପାଣି ସଭାପତିତ୍ୟ କରିଥିଲେ । ଅନ୍ୟତମ ନିର୍ଦ୍ଦେଶକ ଅସିତ୍ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟ ସୁଦାମ ଜେନା, ଜନ୍ମଜୟ ମହାପାତ୍ର, ମନୋଜ ମିଶ୍ର, ଶିବଶଙ୍କର ମିଶ୍ର, ପ୍ରହଲ୍ଲାଦ ସ୍ୱାଇଁ ଏବଂ ଶରତଚନ୍ଦ୍ର ସ୍ୱାଇଁଙ୍କ ସହିତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ସ୍ୱାଇଁ, ହିସାବ ରକ୍ଷକ ସୁବ୍ରତ ମିଶ୍ର ସହଯୋଗ କରିଥିଲେ ।
Prev Post