ଆନ୍ତର୍ଜାତୀୟ ଶିକ୍ଷା ଇନୋଭେସନ୍‌ ଶିବିରରେ କଳାହାଣ୍ଡିର ମିଳନ ବିଶି

  • ୭ ଦିନିଆ ଏହି ଶିବିରରେ ଭାରତର ୬୫ ଜଣ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ୍‌ ଓ ମ୍ୟାନେଜମେଣ୍ଟ ଉପରେ ଇଣ୍ଟର ନେସନାଲ ଏଜୁକେସନ୍‌ ଇନୋଭେସନ୍‌ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ୬୫ ଜଣ ଏମ୍‌ବିଏ ମ୍ୟାନେଜ୍‌ମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟ ମ୍ୟାନେଜମେଣ୍ଟ ପ୍ରଫେସରମାନେ ଯୋଗ ଦେଇଥିଲେ । ବିଜନେସ ଓ ଏଆଇ, ଡ଼ିଜିଟାଲ ମାର୍କେଟିଂ, ଆମଦାନୀ ଓ ରପ୍ତାନୀ, ବିଜନେସ ଇନୋଭେସନ, ଉଦ୍ୟୋଗ ଓ କାରିଗରୀ କେøଶଳ ସମେତ ବ୍ୟବସାୟୀକ ବିଭିନ୍ନ ଦିଗ ଉପରେ ଏହି ଶିବିରରେ ତାଲିମ ଦିଆଯାଇଥିଲା । ଏହି ଟିମ୍‌ରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅର୍ନ୍ତଗତ ଭଇରିଗୁଡା ଗ୍ରାମର ମିଳନ କୁମାର ବିଶି ସାମିଲ ହୋଇଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ନିଟି ବିଶ୍ୱବିଦ୍ୟାଳୟର ଏମ୍‌ବିଏ ମ୍ୟାନେଜ୍‌ମେଣ୍ଟ ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି । ସେ ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ ବନଶ୍ରୀ ବିଶିଙ୍କ ପୁଅ ଅଟନ୍ତି । ଏଥିନେଇ ମିଳନଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟୁଛି ।

Leave A Reply

Your email address will not be published.