ଗ୍ରୀଷ୍ମକାଳିନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ପରିସରରେ ଅସିମ କରାଟେ ଏକାଡେମୀ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋର ମିଳିତ ଉଦ୍ୟମରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ରାଜ୍ୟ ସରକାର ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ତଥା କରାଟେ ଓ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିର ଆସନ୍ତା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦିଆଯାଇଛି । ଏହି ସମର କ୍ୟାମ୍ପରେ କରାଟେ, ଟାଇକଣ୍ଡୋ, ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ, ଲାଠି ଚାଳନା, ନାନଚାକୁ, ଅସ୍ତ୍ରଚାଳନା, ୱେଟ ଲୁଜ୍‌ ପ୍ରଭୃତି ଟ୍ରେନିଂ ଦିଆଯାଉଥିବା କୋଚ ଅସୀମ କୁମାର ଭୋଇ ପ୍ରକାଶ କରିଛନ୍ତି । ଏହି ଶିବିରରେ ୪ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ମହିଳା ଓ ପୁରୁଷ ପ୍ରଶିକ୍ଷଣ ନୋଇପାରିବେ ।

Leave A Reply

Your email address will not be published.