oom

ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟଳୟ ପରିସରରେ ଆଜି ସ୍ୱାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରତୀକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓଲଟପୁର, କଟକ ଓ ସମଗ୍ର ଶିକ୍ଷା, ବଲାଙ୍ଗିରଙ୍କ ମିଳିତ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେବେ ବ୍ଳକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ବିଡ଼ିଓ ଦେବାଶିଷ ସାମଲ ଅଭିଭାଷଣ ପ୍ରଦାନ କରିଥିଲେ ।

ସଭାକୁ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ବ୍ଳକ ଖେଳ ସମ୍ପାଦିକା ରଞ୍ଜିତା ମିଶ୍ର ପ୍ରଦାନ କରିଥିଲେଏ । ଅର୍ଜୁନ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ଗୋକୁଳା ନନ୍ଦ, ଶୁଭ୍ରାଂଶୁ ନାୟକ, ଅଜୟ ଖୁଣ୍ଟିଆ, ବିକାଶ ସାହୁ, ରଞ୍ଜିତା ପଧାନ, ଶ୍ରଦ୍ଧାଞ୍ଜଳି ବିଶୋଇ, ମନମୋହନ ପୁଟେଲ, ଦିଲିପ କୁମାର ବେଜ, ସିଆରସିସି ଉଦୟ ଶଙ୍କର ବାଗ, ସହଦେଵ ସୁନା, ସରୋଜ କୁମାର ବେହେରା, ଅଗସ୍ତି ଚରଣ ଦୀପ, ନିରଂଜନ ମାଝୀ, ଯୁଗ ବଗର୍ତ୍ତି, ମନଧର ଦୀପ, ଅନନ୍ତ ବଗର୍ତ୍ତି, ସନ୍ତୋଷ ଗୁପ୍ତା, ହରେକୃଷ୍ଣ ନାଗ, ପର୍ଶୁରାମ ମୁଣ୍ଡା, କୃପାସିନ୍ଧୁ ମିଶ୍ର, ଇନ୍ଦ୍ରମଣି ଭୋଇ, ଲିଙ୍ଗରାଜ ସାହୁ, ହିମାଂଶୁ ବେହେରା, ଅଶୋକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାମଗ୍ରୀ ଦିଆଯାଇଥିଲା । ତେବେ ଶେଷରେ ତପନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.