ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପବ୍ଲିକ୍ ସ୍କୁଲ ପରିସରରେ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ସମାଜସେବୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଐତିହାସିକ ଅଧ୍ୟାପକ ଡ. ଶିବପ୍ରସାଦ ନନ୍ଦ ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ଯୋଗଦେଇ ଯୁଧିଷ୍ଠିର ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ । ଉଭୟେ ତାଙ୍କର ଅଭିଭାଷଣରେ ଯୁଧିଷ୍ଠିର ମିଶ୍ରଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିଥିଲେ । ସମାଜପ୍ରତି ଅବଦାନ ସଂପର୍କରେ ବର୍ଣ୍ଣନା କରିଥିଲେ । ପୂର୍ବରୁ ଅନୁଷ୍ଠିତ ବକ୍ତୁତା ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟକ୍ଷ ସତିଶ ପଧାନ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଗୋପାଳ ଚନ୍ଦ୍ର ସିଂହ ଦେଓ ଓ କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ୍, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଲ ମହାକୁର ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକଙ୍କ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ଶିକ୍ଷକ ସତ୍ୟନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉପାଧ୍ୟକ୍ଷ ମମିତା ବେହେରା, ଦୀପକ ବରାଲ ତଥା ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ, କର୍ମଚାରୀ ଓ ବଲାଙ୍ଗିର ସହରର ବରିଷ୍ଠ ବ୍ୟକ୍ତିବିଶେଷ ସୁରେନ୍ଦ୍ର ତ୍ରିପାଠୀ, ଡ. ପ୍ରହ୍ଲାଦ ଶତପଥି, ଭାଗିରଥି ମିଶ୍ର ସୁଭାଙ୍ଗିନୀ ମିଶ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।