oom

ବଲାଙ୍ଗିର ଲ’ କଲେଜରେ ଶ୍ରଦ୍ଧାଞ୍ଜଳି : ଅସମୟରେ ଚାଲିଗଲେ ନିତେଇ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) :ବଲାଙ୍ଗିର ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟର ରାତ୍ର ଜଗୁଆଳି ନିତେଇ ଚରଣ ପଟେଲଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସ୍ୱର୍ଗତ ପଟେଲଙ୍କ ସହ ସମୟ ଅତିବାହିତ କରିଥିବା ବ୍ୟକ୍ତିବିଶେଷ ଅତୀତର ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ପଟେଲ ଲ’କଲେଜରେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ । ରକ୍ତଦାନ ଶିବିର, ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗ ବ୍ୟାୟାମ, ବିଭିନ୍ନ କର୍ମଶାଳରେ ସମସ୍ତଙ୍କୁ ସହଯୋଗ କରୁଥିଲେ । ବଲାଙ୍ଗିରର ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଭୂମିକା ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ । ମଠଖାଇ ମହୋତ୍ସବରେ ରାଜ୍ୟ ବାହାର କଳାକାରମାନଙ୍କୁ ଆପ୍ୟାୟିତ କରି ଅନେକ ପ୍ରଶଂସାର ପାତ୍ର ହୋଇପାରିଥିଲେ । କଲେଜକୁ ସ୍ୱଚ୍ଛ ଓ ନିର୍ମଳ ରଖିବାରେ ତାଙ୍କ ପ୍ରମୁଖ ଭୂମିକା ଥିଲା । କଲେଜକୁ ମନ୍ଦିର ଭାବୁଥିବା ବେଳେ ପ୍ରଗାଢ ଆନୁଗତ୍ୟ ଥିଲା । ସ୍ୱର୍ଗତ ନିତେଇ ଅସମୟରେ ଚାଲିଗଲେ ବୋଲି ମତପ୍ରକାଶ ପାଇଥିଲା । ସ୍ୱର୍ଗତ ପଟେଲଙ୍କ ନାଁରେ ମୁଥ୍‌ କୋର୍ଟ ରୁମକୁ ଉତ୍ସର୍ଗ କରିବାକୁ ଛାତ୍ରଛାତ୍ରୀମାନେ ମତ ରଖିଥିଲେ । ଏହାକୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସ୍ୱାଗତ କରିବା ସହ ମହାବିଦ୍ୟାଳୟର ପରିଚାଳନା କମିଟିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଏଥିରେ ବରିଷ୍ଠ ଅଧ୍ୟାପକ ବଂଶୀଧର ହୋତା, କଲେଜ ସମ୍ପାଦକ କ୍ଷୀରୋଦ୍ର ପୁରୋହିତ, ଅଧ୍ୟାପିକା ଅନିମା ମିଶ୍ର, କଲ୍ୟାଣୀ ବାଗ, ରୋହିତ ପୁଟେଲ, ସୁଦାମ ନାଗ, ଉମା ଶଙ୍କର ଦାସ, କୁମାରୀ ବସୁମତି, କୁମାରୀ କୁମୁଦିନୀ, ମନୋରଂଜନ ସାହୁ, ବିନୋଦ କୁମାର କାଲସାଏ, ବିଭୁ କଲ୍ୟାଣ ଗଡତ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.