om academy

ଶପଥ ନେଲେ ସୋମନାଥ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନ ପରିସରରେ ବଲାଙ୍ଗିର ଜିଲ୍ଲା ମେଡିକାଲ୍‌ କର୍ମଚାରୀ ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ଲଳିତ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ମେଡିକାଲ୍‌ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଜନା କରାଯାଇଥିଲା । ସର୍ବସମ୍ମତି କ୍ରମେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ଯୁବ ସାମାଜିକ କର୍ମୀ ସୋମନାଥ ମିଶ୍ରଙ୍କୁ ସଂଘର ସଭାପତି ଭାବେ ମନୋନୀତ କରାଯାଇଛି । ସଭାପତି ଭାବେ ଶ୍ରୀ ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ସଂଘ ପାଇଁ ସମର୍ପିତ ବୋଲି ଶପଥ ନେଇଛନ୍ତି । ସେ ରାଜ୍ୟ ସମାଜସେବୀ ମହାସଂଘର ଉପସଭାପତି ଭାବେ କାର୍ଯ୍ୟ କରୁଥିବାରୁ ମେଡିକାଲ୍‌ କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ମୁୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନିଜ ଜିଲାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହୋଇଥିବା ଡ. ମୁକେଶ ମହାଲିଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଏହା ସହ ସଂଘର ସମ୍ପାଦକ ସୁନୀଲ ମିଶ୍ର, ଉପସଭାପତି ଦିନେଶ ମହାପାତ୍ର, ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ହୋତା, କୋଷାଧ୍ୟକ୍ଷ ପ୍ରମୋଦିନୀ ଭରାସାଗର ଓ ନିପୁନ ସାହୁ, କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ବିଜୟ ଦନ୍ତା, ସପ୍ନେଶ ନନ୍ଦ, ପୂର୍ଣ୍ଣବାସୀ ବିଶି, ପ୍ରେମଶିଳା ମହାନନ୍ଦ, ଲିପ୍ସା ନନ୍ଦ, ପ୍ରେମରାଜ ବିଭାର, ରମଣୀ ରଞ୍ଜନ ପଧାନ, ଶମ୍ଭୁ ବାଗ ଓ ଗଣମାଧ୍ୟମ ପ୍ରଭାରୀ ପ୍ରତୀମନ ଥନାପତି ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏଥିରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସ୍ଥାନୀୟ ଭୀମ ଭୋଇ ମେଡିକାଲ୍‌ କଲେଜ ଓ ଡାକ୍ତରଖାନା, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ତଥା ସିଏଚ୍‌ସି ଓ ପିଏଚ୍‌ସିରେ କାର୍ଯ୍ୟରତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଦୀର୍ଘ ବର୍ଷ ଧରି ମେଡିକାଲ୍‌ରେ କାର୍ଯ୍ୟ କରିଆସୁଥିବା ବେଳେ ସେମାନଙ୍କ ବିଭିନ୍ନ ଦାବି ରହିଛି । ଜରୁରୀକାଳୀନ ସେବା ଯୋଗାଇ ଆସୁଥିବା ଡାକ୍ତରଖାନାରେ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ନିରନ୍ତର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି । ଏହା ସହ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସହଯୋଗ କରିଆସୁଛନ୍ତି । ତେଣୁ ସେମାନଙ୍କ ଦାବି ପ୍ରତି ନୂତନ ସରକାର ଶୁଭ ଦୃଷ୍ଟି ଦେବେ ବୋଲି କାର୍ଯ୍ୟରତ କର୍ମଚାରୀମାନେ ଆଶା ରଖିଛନ୍ତି ।

Leave A Reply

Your email address will not be published.