jayashree

୧୪ ଦିନ ପରେ ଦୁବାଇରୁ ଗଞ୍ଜାମକୁ ଆସିଲା ଓଡ଼ିଆ ଶ୍ରମିକଙ୍କ ଶବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଧକୋଟ ଅଞ୍ଚଳର ଜଣେ ୫୦ବର୍ଷୀୟ ଯୁବକ ନିଜର ଗୁଜୁରାଣ ମେଣ୍ଟାଇବା ନିମନ୍ତେ ସୁଦୂର ଦୁବାଇ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ । ଯୁବକ ଜଣକ ହେଲେ ମର୍ଦ୍ଧକୋଟ ଛକ ସାହିର ଧ୍ରୁବ ଚରଣ ବରାଡ଼ ବୋଲି ଜଣାଡିଛି । ଦୀର୍ଘଦିନ ହେବ ସେ ଦୁବାଇରେ ନିଜର ପରିବାର ପ୍ରତିପୋଷଣ କରିବାକୁ ଯାଇ ସେ ଜିନକୋ କଣ୍ଟ୍ରାକ୍ଟ ମାଧ୍ୟମରେ ଶ୍ରମିକ ଭାବେ କାମ କରି ଆସୁଥିଲେ । ସେଠାରେ କାମ କରିବା ବେଳେ ହୃଦ୍‌ଘାତ ହୋଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ତାଙ୍କର ମରଶରୀରକୁ ନିଜ ଜନ୍ମମାଟିକୁ ଆଣିବା ନିମନ୍ତେ ଗ୍ରାମର କିଛି ବ୍ୟକ୍ତି ସହଯୋଗ କରିଥିଲେ । ସ୍ଥାନୀୟ ବିଧାୟକ ଲତିକା ପ୍ରଧାନଙ୍କ ସହଯୋଗରେ ପ୍ରଶାସନ ଉପରେ ପ୍ରଭାବ ପକାଇ ତାଙ୍କୁ ବିମାନ ଯୋଗେ ଓଡ଼ିଶାକୁ ପୁଣି ସରକାରୀ ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମମାଟି ଗଞ୍ଜାମ ଜିଲ୍ଲାର ମର୍ଦ୍ଧକୋଟକୁ ଅଣାଯାଇଥିଲା । ଶ୍ରମିକଙ୍କ ଶବ ନିଜ ଜନ୍ମମାଟିରେ ଗତକାଲି ରାତ୍ର ୯ ଘଣ୍ଟା ୩୦ ମିନିଟ୍‌ରେ ପହଞ୍ଚିଥିଲା । ପାର୍ଥିବ ଶରୀର ପହଞ୍ଚିବା ବେଳକୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.