କରୋନା କାଳରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷ ତମାମ୍‌ ଖରା, ବର୍ଷା, ଶୀତ ସବୁ ସମୟରେ ନିଜ ଜୀବନକୁ ବାଜି ଲାଗାଇ ଆମକୁ ସ୍ୱଚ୍ଛତା ପ୍ରଦାନ କରି ଆସୁଥିବା ବଲାଙ୍ଗିର ପୌରଞ୍ଚାଳର ସଫେଇ କର୍ମଚାରୀ ମାନଙ୍କୁ ନାରୀ ଶକ୍ତି ଫାଉନଣ୍ଡେସନ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି । ଆଗାମୀ ସମୟରେ ସେମାନଙ୍କ ଆନ୍ତରିକତା ସମାଜର ପରିମଳ ବ୍ୟବସ୍ଥାକୁ ସମୃଦ୍ଧ କରିବ ବୋଲି ବଶ୍ୱାସ କରାଯାଉଛି । ଏଣୁ ଏହି ଅବସରରରେ ସେମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ସେମାନଙ୍କ ମଙ୍ଗଳ କାମନା କରାଯାଇଛି । ଏହି ସମ୍ବର୍ଦ୍ଧନା ପର୍ବରେ ସରିତା ଦାସ, ସଂତୋଷିନୀ ବେହେରା, ନୂତନ ଦାସ, ପ୍ରିୟଙ୍କା ତ୍ରିପାଠୀ, ସରିତା ବାଗ, ସନ୍ଧ୍ୟା ରାଣୀ ପଣ୍ଡା, ନୂତନ ସେନ୍ଦ୍ରିଆ, ଅଙ୍କିତା ମହାନ୍ତି, ଜଗଦମ୍ବା ନାୟକ, ସବିତା ମୁଣ୍ଡା ପ୍ରମୁଖ ସଦସ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.