ମାଣ୍ଡୋସିଲ କ୍ରିକେଟ କପ : ଭୂତମୁଣ୍ଡାକୁ ହରାଇ କଲୋନୀପଡା ସେମିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ବଡ଼ ଖେଳ ପଡ଼ିଆରେ ଚାଲିଥିବା ମାଣ୍ଡୋସିଲ କ୍ରିକେଟ କପ୍ ଦ୍ୱିତୀୟ ଦିନରେ ୫ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚରେ ପତ୍ରାଗୁଡାକୁ ହରାଇ ବରତୁଣ୍ଡା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଛିନ୍ଦେଇକେଲାକୁ ହରାଇ ବରତୁଣ୍ଡା ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ବରତୁଣ୍ଡାକୁ ହରାଇ ଭୂତମୁଣ୍ଡା ବିଜୟୀ ହୋଇଥିଲା । ଚତୁର୍ଥରେ ଢେଙ୍କିମୁଣ୍ଡାକୁ ହରାଇ କଲୋନୀପଡା ବିଜୟୀ ହୋଇଥିଲା । ପଞ୍ଚମ ମ୍ୟାଚରେ ପତ୍ରାଗୁଡା ଓ କଲୋନୀପଡା ମଧ୍ୟରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ କଲୋନୀପଡା ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି । ହେମାନନ୍ଦ ବିଶ୍ୱାଳ ଓ ନରେଶ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ । ବିଜୁ ବରିହା ଓ ଦେବେନ୍ଦ୍ର ନାୟକ ସ୍କୋରର ଥିବା ବେଳେ ଗୋକୁଳ ବିଶ୍ୱାଳ, ଦୁଃଖିଶ୍ୟାମ ସରିଆ ଓ ମନୋରଞ୍ଜନ ମଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଡଃ ସୁରେନ୍ଦ୍ର ପ୍ରସାଦ ପୁଟା ଓ ସମ୍ମାନୀତ ଅତିଥି ଭାବରେ ମହେଶ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ମୁକେଶ ବିଶ୍ୱାଳ, ଅନିଲ ଦାସ, ଦେବସିଂ ଭରାସାଗର, ତାପସ ରଞ୍ଜନ ସାହୁ, ଦାମୋଦର ରଣା, ସୁରେଶ ବିଶ୍ୱାଳ, ସହଦେବ କାରେ, ଚନ୍ଦ୍ର ଶେଖର ମାଝୀ, ଲୋଚନ କାରେ, ପ୍ରଶାନ୍ତ ମହାନନ୍ଦ, କାହ୍ନା ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.