ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ସରକାରୀ ନୋଡାଲ ହାଇସ୍କୁଲ ଗାଇସିଲେଟଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନ ସମାରୋହକୁ ଏବିଇଓ ନେହେରୁ ଦାଶ ମୁଖ୍ୟ ଅତିଥି ଓ ସରକାରୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନୀଲ କୁମାର ବେହେରା ସଭାପତି ଭାବେ ଯୋଗଦାନ କରିଥିବା ବେଳେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଗାଇସିଲାଟର ଅଧ୍ୟାପକ ସୁବାସ ଚନ୍ଦ୍ର ମାଝୀ, ବ୍ଳକ କୃଷି ଅଭରସିଅର ଜିତେନ୍ଦ୍ର ବେହେରା ଓ ଓଡ଼ିଶା ମିଲେଟ୍ ମିଶନ ବ୍ଳକ ସଂଯୋଜକ ରୁଦ୍ର ସାହୁ ବିଚାରକ ଭାବେ ଯୋଗଦାନ କରିଥିଲେ । ପ୍ରସଙ୍ଗ “ଶ୍ରୀ ଅନ୍ନ ଏକ ମୂଲ୍ୟ ବର୍ଦ୍ଧିତ ପୌଷ୍ଟିକ ନା ଭ୍ରାନ୍ତି ଖାଦ୍ୟ” ଥିବା ଏହି ସେମିନାର ବ୍ଳକର ୨୪ ଟି ହାଇସ୍କୁଲରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଏହି ସେମିନାରରେ ସରକାରୀ ନୋଡାଲ ହାଇସ୍କୁଲ ଗାଇସିଲେଟର ସ୍ମାରକ ନନ୍ଦ ପ୍ରଥମ, ଓଏଭି ଗାଇସିଲେଟର ପ୍ରିୟଙ୍କା ଜେନା ଦ୍ଵିତୀୟ ଓ ପିପିପି ହାଇସ୍କୁଲ ବରିହାପୁଖାପାଣିର ସ୍ନେହାମୟୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।