oom

ବରଗଡ଼ରେ ହଳଧର ନାଗ ନେସନାଲ ସେମିନାର ଅନୁଷ୍ଠିତ

jsmm

ବରଗଡ, (ମୁନ୍ନା ସାହୁ) : ବରଗଡ଼ରେ ହଳଧର ନାଗ ନେସନାଲ ସେମିନାର ଅନୁଷ୍ଠିତ ହୋଇଯାଇଛି । ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ ଓ କ୍ରୀଷ୍ଣା ବିକାଶ ଶିକ୍ଷାନୁଷ୍ଠାନ, ବରଗଡ଼ର ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡିଶାର ଗର୍ବ, ପ୍ରସିଦ୍ଧ ଲୋକକବି ପଦ୍ମଶ୍ରୀ ହଳଧର ନାଗ ଓ ତାଙ୍କ ସାହିତ୍ୟ ଉପରେ ଆୟୋଜିତ ଦ୍ୱି-ଦିବସୀୟ ଜାତୀୟ ଆଲୋଚନା ଚକ୍ର “ହଳଧର ସୃଜନ ଆର୍ ଦର୍ସନ” ବିକାଶ ସ୍କୁଲ ଠାରେ କାର୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ବିଧାୟକ ମାନେ ଉପସ୍ଥିତ ଥିଲେ । ଏହି ସେମିନାର ଦୁଇ ଦିନ ଚାଲିବ ।

jittmm
Leave A Reply

Your email address will not be published.