jayashree

ବାଙ୍ଗାଲୋର ସେଲକୋ ଫାଉଣ୍ଡେସନ ଓ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ମ. ରାମପୁର (ପ୍ରଦିପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ସୌରଶକ୍ତି ଯୋଗାଣ ନିମନ୍ତେ କାମ କରୁଥିବା ବାଙ୍ଗାଲୋର୍‌ର ସେଲକୋ ଫାଉଣ୍ଡେସନ ଓ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ “ଜୀବନ ଜୀବିକା ବୃଦ୍ଧି ନିମନ୍ତେ ସୌରଶକ୍ତି ହିଁ ଏକ ସ୍ଥାୟୀ ସମାଧାନ” ଶୀର୍ଷକ ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲା ପରିଷଦ ସଚିନ ପାୱାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କଳାହାଣ୍ଡି ପ୍ରକଳ୍ପ ନିର୍ଦେଶକ ଦୟାନିଧି ପାଢ଼ୀ, ଓ.ଏଲ.ଏମ. ପ୍ରକଳ୍ପ ପରିଚାଳକ ଚନ୍ଦନ ବେହେରା, ଜିଲ୍ଲା ପ୍ରକଳ୍ପ ସଂଯୋଜିକ ପ୍ରମୁଖ ଉପସ୍ଥିତ ରହି ଜୀବନ ଜୀବିକାରେ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସୌରଶକ୍ତିର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ୧୩ ଗୋଟି ବ୍ଲକ୍‌ର ସମସ୍ତ ବ୍ଲକ ପ୍ରକଳ୍ପ ସଂଯୋଜକ, ଏମ.ବି.କେ, ସି.ଆର.ପି, ଉଦ୍ୟୋଗୀ ମିତ୍ର ତଥା ମିଶନଶକ୍ତିର ୧୮୦ରୁ ଅଧିକ ଅଂଶଗ୍ରହଣକାରୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ସୌରଶକ୍ତିର ବ୍ୟବହାର ଓ ଏହାର ମୂଲ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଜିଲ୍ଲାକୁ ଆଗାମୀ ଦିନରେ କିପରି ସୌରଶକ୍ତି ଅଧରିକ ବିକଶିତ ଜିଲ୍ଲାରେ ପରିଣତ କରାଯାଇ ପାରିବ ସେ ସମ୍ପର୍କରେ ରୂପ ରେଖ ପ୍ରସ୍ତୁତ କରାଯାଇଥିଲା । ସେଲକୋ ଫାଉଣ୍ଡେସନର ପ୍ରକଳ୍ପ ପରିଚାଳକ ଅନୁରଞ୍ଜନ ମିଶ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜିକ ସୁଶ୍ରୀ ସ୍ୱାଗତିକା ନାୟକ, ସେବାଜଗତ ଅନୁଷ୍ଠାନ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ କାର୍ଯ୍ୟକାରୀ ପ୍ରକିୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏବଂ ଓ.ଏଲ.ଏମ. ଜିଲ୍ଲା ପ୍ରକଳ୍ପ ପରିଚାଳକ ପରିଶେଷରେ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.