ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରକୁ ସରସ ସୁନ୍ଦର କରି ଗଢି ତୋଳିବା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସହରର ପୁରାତନ ୫ ନମ୍ବର ଜାତୀୟ ରାଜପଥରେ ଭେଣ୍ଡିଙ୍ଗ ଜୋନ ପ୍ରକ୍ରିୟା ଆରମ୍ଭ ହୋଇଛି ।ତହସିଲଦାର ଅରୁଣ କୁମାର ନାୟକ ଓ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନକୁ ଜେସିବି ମେସିନ ସାହାଯ୍ୟରେ ସମତୁଲ କରାଯାଇଥିଲା । ପୂର୍ବରୁ ଉକ୍ତ ସ୍ଥାନରେ ଗୁହାଳ କରିଥିବା ବ୍ୟକ୍ତିମାନେ ଏହାକୁ ବିରୋଧ କରିଥିଲେ । ତହସିଲଦାର ଶ୍ରୀ ନାୟକ ଏହା ସରକାରୀ ଜାଗା ହୋଇଥିବା ଯୋଗୁଁ ଏଠାରେ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ହେବ ବୋଲି କହିବା ସହ କିଛି ଦୂରରେ ଗୁହାଳ କରିବା ପାଇଁ ବ୍ୟକ୍ତିମାନଙ୍କୁ ପରାମର୍ଶ ଦେଇଥିଲେ । ଗଞ୍ଜାମ ଏନ୍ଏସି କନିଷ୍ଟ ଯନ୍ତ୍ରୀ ସନାତନ ପଣ୍ଡା କର୍ମଚାରୀ ମିଲନ ମୋହନ ମୁର୍ମୁ ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।
Next Post