- ‘ନାରୀ ସୁରକ୍ଷା ପାଇଁ ସଚେତନ ହେବା ଜରୁରୀ’
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଈ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସଭାରେ ଅଧ୍ୟାପକ ରୁଦ୍ରଧର ତ୍ରିପାଠୀ, ଚୈତନ୍ୟ ଦଣ୍ଡସେନା, ନିରୂପମା ସାହୁ, ନିଳାଚଳ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ଶ୍ରୀ ଭଞ୍ଜ ନାରୀର ସୁରକ୍ଷା ପାଇଁ ସବୁ କ୍ଷେତ୍ରରେ ସଂସ୍କାର ଆବଶ୍ୟକ ଓ ସବୁ ବର୍ଗର ଲୋକ ଏ ଦିଗରେ ସଚେତନ ହେବା ଜରୁରୀ ବୋଲି କହିଥିଲେ । ପ୍ରଶିକ୍ଷିକାଭାବେ ମାଷ୍ଟର ଟ୍ରେନର ଲିପସା ରାଣୀ ଡାଙ୍ଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷକ ମିତ୍ରଭାନୁ ବିଶ୍ୱାଳଙ୍କ ପରିଚାଳନାରେ ପ୍ରଶିକ୍ଷିକା ୩୮ଜଣ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦେଇଥିଲେ । ଶେଷରେ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।