oom

ସାପଲହର ସେବାଶ୍ରମରେ ଶିକ୍ଷକ ଅଭାବରୁ ସ୍କୁଲରେ ତାଲା : ରାସ୍ତା କଡ଼ରେ ଛାତ୍ରଛାତ୍ରୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାପଲହର ଗାଁରେ ଥିବା ସାପଲହର ସେବାଶ୍ରମର ଛାତ୍ରୀବାସରେ ରହି ପାଠପଢୁଥିବା ୧୧୪ ଜଣ ଛାତ୍ରୀ ଓ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ପାଠପଢ଼ା ହେଉଥିବା ୧୮୬ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କର ପାଠପଢା ପାଇଁ ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ମୋଟ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ଫଳରେ ସ୍କୁଲରେ ଅତିକମରେ ୫ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିବା ପାଇଁ ଗାଁର ସମସ୍ତ ଅବିଭାବକ ଓ ସମସ୍ତ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୧୧୪ ଜଣ ଛାତ୍ରୀ ମଧ୍ୟ ହଷ୍ଟେଲରେ ରହୁଥିବା ବେଳେ ପ୍ରଶାସନର ଅବହେଳା ଅସନ୍ତୋଷ ସୃଷ୍ଟି କରିଛି । ଆଜି ସ୍କୁଲ ଖୋଲିବା ସମୟରେ ସମସ୍ତ ଅବିଭାବକ ପହଞ୍ଚି ସ୍କୁଲ ସମ୍ମୁଖରେ ତାଲା ଦେଇ ଶିକ୍ଷକ ନିଯୁକ୍ତି ଦାବି କରୁଛନ୍ତି । ୨ ମାସ ପୂର୍ବରୁ ବିଭାଗୀୟ ଅଧିକାରୀ ସମେତ ପାଇକମାଲ ବିଡ଼ିଓ, ପଦ୍ମପୁର ଉପ ଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଉକ୍ତ ବିଷୟରେ ଲିଖିତ ଭାବରେ ଜଣାଇଥିଲେ ବି କେହି କୌଣସି କଥା ଶୁଣିଲେ ନାହିଁ ଫଳରେ ଆନ୍ଦୋଳନ କରିବାକୁ ପଡୁଛି ବୋଲି ଗ୍ରାମବାସୀ କହିଥିବା ବେଳେ ପୂର୍ବରୁ ନିଯୁକ୍ତ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଣିଥରେ ନିଯୁକ୍ତ କରାଗଲେ ସମସ୍ୟା ବହୁ ମାତ୍ରାରେ ସମାଧାନ ହୋଇପାରିବ କିନ୍ତୁ ପ୍ରଶାସନ ସ୍ତରରେ ଉଦ୍ୟମ ହେଉନଥିବା କିମ୍ବା ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବା ଯୋଗୁଁ ଅସନ୍ତୋଷ ବଢି ଶେଷରେ ଆନ୍ଦୋଳନ କରିବାକୁ ପଡ଼ିଛି ବୋଲି ଗ୍ରାମବାସୀ ମାନେ ଓ ଅବିଭାବକ ଅବିଭାବିକାମାନେ ଅଭିଯୋଗ କରି ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.